ଅର୍ଥ : କାମରେ ଆସିବା ବା ଲାଗିବା
ଉଦାହରଣ :
ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
ସମକକ୍ଷ : ଖର୍ଚ୍ଚହେବା, ଦରକାର ହେବା, ବ୍ୟବହାର ହେବା
ଅର୍ଥ : କୌଣସି ଭାବ ବା ଅବସ୍ଥା ଆଦି ଉତ୍ପନ୍ନ ହେବା
ଉଦାହରଣ :
ଆଜିର ହାସ୍ୟ କବି ସମ୍ମିଳନୀରେ ବହୁତ ଖୁସି ଲାଗିଲା
ଅର୍ଥ : କାର୍ଯ୍ୟରତ ରହିବା
ଉଦାହରଣ :
ରଚନା ଦିନଯାକ ମିଠେଇ ତିଆରି କରିବାରେ ଲାଗିଥିଲା
ସମକକ୍ଷ : କାର୍ଯ୍ୟବ୍ୟସ୍ତରହିବା, କାର୍ଯ୍ୟରତ ରହିବା, ଜୁଟିବା
ଅର୍ଥ : ନିଜନିଜ ଭିତରେ ଏପରି ମିଶିବା ଯେପରି ଦୁଇଜଣଙ୍କର ପାର୍ଶ୍ୱ ବା ତଳ ପରସ୍ପର ସହ ଲାଗିଯିବ
ଉଦାହରଣ :
ପିଲାଟି ଡରିକରି ତା’ ମାର ଛାତିକୁ ଜାବୁଡ଼ି ଧଇଲା ଶଲ୍ୟ ଚିକିତ୍ସାଦ୍ୱାରା ତାର କଟା ହୋଇଥିବା ଆଙ୍ଗୁଳି ଯୋଡ଼ି ହୋଇଗଲା
ସମକକ୍ଷ : ଜାବୁଡ଼ି ଧରିବା, ମିଶିଯିବା, ଯୋଡ଼ିହେବା
ଅର୍ଥ : ଗୋଟିଏ ବସ୍ତୁ ଅନ୍ୟ ବସ୍ତୁସହ ସ୍ପର୍ଶ ହେବା
ଉଦାହରଣ :
ଚାଲୁଚାଲୁ ମୋ ହାତ ବିଜୁଳି ଖୁଣ୍ଟିରେ ବାଜିଗଲା
ସମକକ୍ଷ : ଛୁଇଁବା, ବାଜିବା, ସ୍ପର୍ଶ ହେବା
ଅର୍ଥ : କୌଣସି ଜିନିଷ ଉପରେ କିଛି ସିଲେଇ କରିବା, ଯୋଡ଼ିବା ବା ମଡ଼ାଇବା
ଉଦାହରଣ :
ସାର୍ଟରେ ବୋତାମ ଲାଗି ଗଲା
ଅର୍ଥ : କୌଣସି କାମରେ ଲାଗିବା
ଉଦାହରଣ :
ବିବାହ ସମ୍ପନ୍ନ ହେବା ପର୍ଯ୍ୟନ୍ତ ମୋହିତ କାମରେ ବ୍ୟସ୍ତ ରହିଥିଲା
ସମକକ୍ଷ : ବ୍ୟସ୍ତରହିବା, ଲାଗିରହିବା
ଅର୍ଥ : କୌଣସି କାର୍ଯ୍ୟ ଆରମ୍ଭ ହେଲାଭଳି ପ୍ରତୀତହେବା ବା ଜଣାପଡ଼ିବା
ଉଦାହରଣ :
ଏଭଳି ଲାଗିଲା ଯେ ସେ କିଛି କହିବ,କିନ୍ତୁ ସେ କିଛି କହିଲାନାହିଁ
ସମକକ୍ଷ : ଅବଗତ ହେବା, ଜଣାପଡ଼ିବା, ଜ୍ଞାତହେବା, ପ୍ରତୀତ ହେବା, ବୋଧହେବା
ଅର୍ଥ : ଦେଖିକି ବା ଅନୁମାନରେ କିଛି ଅନୁଭବ କରିବା
ଉଦାହରଣ :
ମୋତେ ଲାଗୁଛି, ଏବେ ସେ ଆସିବ ନାହିଁ
ସମକକ୍ଷ : ଜଣାପଡ଼ିବା, ମାଲୁମ ପଡ଼ିବା
ଅର୍ଥ : ଗଛଗୁଡ଼ିକର ମାଟିରେ ଚେର ଲାଗିବା
ଉଦାହରଣ :
ବଗିଚାରେ ଲଗାହୋଇଥିବା ଦଶଟି ଗଛ ମଧ୍ୟରୁ ସାତୋଟି ଗଛ ଲାଗିଯାଇଛି
ସମକକ୍ଷ : ଧରିବା
ଅର୍ଥ : ସମ୍ବନ୍ଧ ବା ସଂପର୍କରେ କିଛି ହେବା
ଉଦାହରଣ :
ମନୋଜ ସଂପର୍କରେ ମୋର ଦାଦା ହୁଅନ୍ତି
ସମକକ୍ଷ : ସମ୍ପର୍କ ହେବା, ହେବା
ଅର୍ଥ : ଗୋଟିଏ ଜିନିଷ ଉପରେ ଆଉ ଗୋଟିଏ ଜିନିଷ ଥୋଇବା ବା ଲଗେଇବା
ଉଦାହରଣ :
ହଳଦିଆ ରଙ୍ଗ ଉପରେ ନାଲି ରଙ୍ଗ ଚଢ଼ିଯାଇଛି
ସମକକ୍ଷ : ଚଢ଼ିବା
ଅର୍ଥ : ବାୟୁ, ଆର୍ଦ୍ରତା, ଅମ୍ଳ ଆଦି ଯୋଗୁଁ ଧାତୁ କ୍ଷୟ ହେବା
ଉଦାହରଣ :
ବର୍ଷାରେ ଲୁହାକୁ କଳଙ୍କି ଖାଇଯାଏ
ସମକକ୍ଷ : ଖାଇବା
ଅର୍ଥ : ରାନ୍ଧିବାବେଳେ କିଛି ପଦାର୍ଥ ବାସନର ତଳେ ଲାଗିରହିବା
ଉଦାହରଣ :
ତରକାରୀ ଟିକେ ଲାଗିଯାଇଛି
ସମକକ୍ଷ : ସାମାନ୍ୟ ପୋଡ଼ିଯିବା