ଅର୍ଥ : ଖାଇବା ପିଇବା ଜିନିଷ ବା କୌଣସି ଅନ୍ୟ ବସ୍ତୁକୁ ଉପଯୋଗୀ କରିବା କ୍ରିୟା
ଉଦାହରଣ :
ଅଧିକ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିକୁ ନିୟମିତ ଭାବରେ ଔଷଧ ସେବନ କରିବା ଉଚିତ
ସମକକ୍ଷ : ଉପଭୋଗ, ଗ୍ରହଣ କରିବା, ଭୋଜନ, ସେବନ
ଅର୍ଥ : ଚିନ୍ତା, ରୋଗ ଆଦି କାରଣରୁ ଶରୀର ଉପରେ କୁପ୍ରଭାବ ପଡ଼ିବା ବା କାହାର ମୃତ୍ୟୁ ହେବା
ଉଦାହରଣ :
ବୋହୂର ମୃତ୍ୟୁ ପରେ ହିଁ ମାଆକୁ ଚିନ୍ତା ଖାଇଗଲା
ଅର୍ଥ : କୌଣସି ବସ୍ତୁକୁ ଆବଶ୍ୟକତାରୁ ଅଧିକ ଉପଯୋଗ କରିବା ବା ନଷ୍ଟ କରିବା
ଉଦାହରଣ :
ଏହି ଗାଡ଼ି ବହୁତ ପେଟ୍ରୋଲ ପିଉଛି
ସମକକ୍ଷ : ପିଇବା
ଅର୍ଥ : ଘରେ କେହି ନୂଆ ବ୍ୟକ୍ତିଙ୍କ ଆଗମନ ହେଉଁହେଉଁ ସେହି ଘରର କୌଣସି ସଦସ୍ୟଙ୍କ ମୃତ୍ୟୁ ହେବା
ଉଦାହରଣ :
ଜନ୍ମ ହେବାମାତ୍ରେ ହିଁ ସେ ତା ମାଆକୁ ଖାଇଗଲା
ଅର୍ଥ : ପରଶା ଯାଇଥିବା ଖାଦ୍ୟ ଖାଇବା
ଉଦାହରଣ :
ପ୍ରବଚନ ସରିବା ପରେ ଭକ୍ତମାନେ ଧାଡ଼ିରେ ବସି ଭୋଜନ କରୁଥିଲେ
ସମକକ୍ଷ : ଭୋଜନ କରିବା
ଅର୍ଥ : ବାୟୁ, ଆର୍ଦ୍ରତା, ଅମ୍ଳ ଆଦି ଯୋଗୁଁ ଧାତୁ କ୍ଷୟ ହେବା
ଉଦାହରଣ :
ବର୍ଷାରେ ଲୁହାକୁ କଳଙ୍କି ଖାଇଯାଏ
ସମକକ୍ଷ : ଲାଗିବା
ଅର୍ଥ : ଖର୍ଚ୍ଚ କରିଦେବା ବା ଉଡ଼ାଇଦେବା
ଉଦାହରଣ :
ଏତିକି ମାତ୍ର ଜିନିଷ ! ସବୁ ପଇସା ଖାଇଗଲ ନା କ'ଣ?