ଅର୍ଥ : ଯେଉଁ ସ୍ଥାନ କୌଣସି ବିଶେଷ କାର୍ଯ୍ୟ ନିମନ୍ତେ ଆରକ୍ଷିତ ଥାଏ
ଉଦାହରଣ :
ସୈନିକମାନଙ୍କ ପ୍ରଶିକ୍ଷଣ କ୍ଷେତ୍ରରେ ଆମେ ପ୍ରବେଶ କରିପାରିବା ନାହିଁ
ସମକକ୍ଷ : ଅଞ୍ଚଳ
ଅର୍ଥ : କଂପ୍ୟୁଟର ବିଜ୍ଞାନରେ ଏକ ବା ଏକରୁ ଅଧିକ ଯେଉଁ ସଂକେତ ସମୂହରେ ସୂଚନାର ଏକ ଏକକ ଥାଏ
ଉଦାହରଣ :
କଂପ୍ୟୁଟର ଆଜିର ତାରିଖକୁ ଦିନ,ମାସ ଓ ବର୍ଷ ଏହି ତିନୋଟି ନିର୍ଦ୍ଦିଷ୍ଟ ଫିଲ୍ଡ଼ରେ ଦର୍ଶାଏ
ସମକକ୍ଷ : ଫିଲ୍ଡ଼
ଅର୍ଥ : ଦେବ ସ୍ଥାନ ବା ପୁଣ୍ୟ ସ୍ଥାନ
ଉଦାହରଣ :
ବୈଦ୍ୟନାଥଙ୍କ ଦର୍ଶନ ପାଇଁ ଭକ୍ତମାନେ ବୈଦ୍ୟନାଥ କ୍ଷେତ୍ର ଯାଉଥିଲେ
ସମକକ୍ଷ : ତୀର୍ଥ କ୍ଷେତ୍ର, ତୀର୍ଥ ଧାମ, ତୀର୍ଥ ସ୍ଥଳ, ତୀର୍ଥ ସ୍ଥାନ
ଅର୍ଥ : ଭାରତର ଚାରି ଦିଗରେ ଅବସ୍ଥିତ ଚାରୋଟି ମୁଖ୍ୟ ତୀର୍ଥ ସ୍ଥାନ
ଉଦାହରଣ :
ଚାରି ଧାମ ଭାବେ ବଦ୍ରୀନାଥ,ରାମେଶ୍ୱର, ଜଗନ୍ନାଥପୁରୀ ଏବଂ ଦ୍ୱାରିକା ପରିଚିତ
ସମକକ୍ଷ : ତୀର୍ଥକ୍ଷେତ୍ର, ଦେବଭୂମି, ଧାମ
ଅର୍ଥ : ସମାଜ ବା ଅର୍ଥ ବ୍ୟବସ୍ଥାର ଅଙ୍ଗ ହୋଇଥିବା ଲୋକ ସମୂହ
ଉଦାହରଣ :
ସେମାନେ କୌଣସି ସାର୍ବଜନିକ କ୍ଷେତ୍ରରେ କାମ କରନ୍ତିପବ୍ଲିକ ସେକ୍ଟର ଏବଂ ପ୍ରାଇଭେଟ ସେକ୍ଟର ମଧ୍ୟରେ ବହୁତ ଫରକ ଥାଏ
ସମକକ୍ଷ : ସେକ୍ଟର
ଅର୍ଥ : ଯେଉଁ କ୍ଷେତ୍ରରେ ଜଣେ ସକ୍ରିୟ ବା ଦକ୍ଷ ହୋଇଥାଏ
ଉଦାହରଣ :
ସେ ଶିକ୍ଷା କ୍ଷେତ୍ରରେ ଅନେକ ଆଗରେ ଅଛି ଏହି ଉପଗ୍ରହର କ୍ଷେତ୍ର ବହୁତ ବଡ଼ ଏହା ନିୟମ ପରିସରର ବାହାରେ ରାଜନୈତିକ କ୍ଷେତ୍ର ଖୁବ ବଡ଼
ସମକକ୍ଷ : ପରିସର
ଅର୍ଥ : ବିକିରଣ କରୁଥିବା ପିଣ୍ଡର ଚାରିପଟ ଥିବା ଜାଗା ଯେଉଁଠି ବୈଦ୍ୟୁତିକ ଚୁମ୍ବକୀୟ ଦୋଳନ ତା ସମ୍ପର୍କରେ ନ ଆସୁଥିବା ଅନ୍ୟ ପିଣ୍ଡ ଉପରେ ଆଘାତ କରେ
ଉଦାହରଣ :
ଏହି ପିଣ୍ଡର କ୍ଷେତ୍ର ବହୁତ ଶକ୍ତିଶାଳୀ
ସମକକ୍ଷ : ପ୍ରଭାବ କ୍ଷେତ୍ର, ଶକ୍ତି କ୍ଷେତ୍ର
ଅର୍ଥ : କୌଣସି ଲମ୍ବ ବା ଚଉଡ଼ା ଅଂଶ ଥିବା ଏକ ସ୍ଥଳ ଭାଗ
ଉଦାହରଣ :
ଆକାଶକ୍ଷେତ୍ରରେ ଖଗୋଳିୟ ପିଣ୍ଡ ଥାଏ ଏହା ଭାରତର କୃଷି ଉତ୍ପାଦକ କ୍ଷେତ୍ର
ସମକକ୍ଷ : ଭାଗ
ଅର୍ଥ : କୌଣସି ସ୍ଥାନ କିମ୍ବା ଦେଶ ସୀମାର ଆଖପାଖ ଭାଗ
ଉଦାହରଣ :
ଗ୍ରାମୀଣ ଅଞ୍ଚଳର ସବୁଜିମା ଦେଖିବା ଯୋଗ୍ୟ
ସମକକ୍ଷ : ଅଞ୍ଚଳ
ଅର୍ଥ : ସାମାଜିକ ଓ ଧାର୍ମିକ ଦୃଷ୍ଟିରୁ ଅନ୍ୟକୁ ଦିଆଯାଇଥିବା ନିଷ୍କର ଭୂମି
ଉଦାହରଣ :
ଏହି ମଣ୍ଡଳରେ ଧର୍ମନୀତି ଆୟୋଜନ କରାଯାଏ
ସମକକ୍ଷ : ମଣ୍ଡଳ