ଅର୍ଥ : କୌଣସି ବସ୍ତୁରେ ପଡ଼ିଥିବା ବସ୍ତୁକୁ ବାହାର କରିବା କିମ୍ବା ହଟାଇବା
ଉଦାହରଣ :
ସେ କ୍ଷୀରରେ ପଡ଼ିଥିବା ମାଛିକୁ ବାହାର କଲା
ସମକକ୍ଷ : ହଟେଇ ଦେବା
ଅର୍ଥ : ବାହାର କରିଦେବା
ଉଦାହରଣ :
ଠିକାଦାର ଦଶଜଣ ଶ୍ରମିକକୁ ବାହାର କରିଦେଲେ
ଅର୍ଥ : କୌଣସି ନୂଆ ବସ୍ତୁ ତିଆରି କରିବା ବା ନୂଆ କଥା ଖୋଜି ବାହାରକରିବା
ଉଦାହରଣ :
ଟାଟା କାରର ଚାରିଟା ନୂଆ ମଡ଼େଲ ବାହାରିଛି
ସମକକ୍ଷ : ଆବିଷ୍କାର କରିବା
ଅର୍ଥ : ଅଲଗା ବା ପୃଥକ କରିବା
ଉଦାହରଣ :
ସୀତା ଚାଉଳରେ ମିଶି ଯାଇଥିବା ଡାଲିକୁ ଅଲଗା କରୁଛି ସେ ବଡ଼ ବଡ଼ ମାଛ ଅଲଗା କରୁଛି
ସମକକ୍ଷ : ଅଲଗା କରିବା, ବାଛିବା
ଅର୍ଥ : ଏଭଳି କୌଣସି ବସ୍ତୁ ତିଆରି କରିବା କିମ୍ବା ନୂଆ କଥା ବାହାର କରିବା ଯାହା କେହି ପ୍ରଥମେ ଜାଣି ନଥାନ୍ତି
ଉଦାହରଣ :
ଏଡିସନ୍ ବିଜୁଳୀ ଆବିଷ୍କାର କରିଥିଲେ
ସମକକ୍ଷ : ଆବିଷ୍କାର କରିବା, ଉଦ୍ଭାବନ କରିବା, ଖୋଜି ବାହାର କରିବା
ଅର୍ଥ : କୌଣସି ବାସନ ଭିତରୁ କିଛି ଜିନିଷଆଦି ବାହାର କରିବା
ଉଦାହରଣ :
ମନିଶ ଛୋଟ ଡେକଚିରୁ ଭାତ ବାହାରକଲା
ସମକକ୍ଷ : କାଢ଼ିବା
ଅର୍ଥ : ଭିତରେ ପଶିଥିବା ଜିନିଷକୁ ବାହାର କରିବା
ଉଦାହରଣ :
ବାରିକ ପାଦର କଣ୍ଟାକୁ ବାହାରକଲା
ଅର୍ଥ : କଥାବସ୍ତୁଆଦି ଆରମ୍ଭ କରିବା
ଉଦାହରଣ :
ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
ସମକକ୍ଷ : ଆରମ୍ଭ କରିବା, ଉଠାଇବା
ଅର୍ଥ : ନିସ୍ତାର ବା ଉଦ୍ଧାର କରିବା
ଉଦାହରଣ :
ସେ ମୋତେ ଏହି ବିପଦରୁ ଉଦ୍ଧାର କଲା
ସମକକ୍ଷ : ଉତ୍ତାରିବା, ଉଦ୍ଧାର କରିବା
ଅର୍ଥ : ଜାରି କରିବା ବା ପ୍ରଚଳନ କରିବା
ଉଦାହରଣ :
ସରକାର ନୂଆ ଡାକଟିକଟ ପ୍ରଚଳନ କଲେ
ସମକକ୍ଷ : ଜାରି କରିବା, ପ୍ରଚଳନ କରିବା
ଅର୍ଥ : ରେଖା ପରି ସିଧାରେ ଦୂର ପର୍ଯ୍ୟନ୍ତ ଯାଇଥିବା ବସ୍ତୁର ନିର୍ମାଣ କରିବା
ଉଦାହରଣ :
ସରକାର ଏହି ବନ୍ଧରୁ ଆଉ ଏକ କେନାଲ ବାହାର କଲେ
ଅର୍ଥ : କୋଷ, ଥଳି ଆଦିରୁ କୌଣସି ବସ୍ତୁକୁ ଜଲ୍ଦି ବା ଏକ ଝଟକାରେ ବାହାରକୁ ବାହାର କରିବା
ଉଦାହରଣ :
ରାଜା ଖୋଳରୁ ତଲବାର କାଢ଼ିଲେ
ସମକକ୍ଷ : କାଢ଼ିବା