ଅର୍ଥ : ଖାଦ୍ୟଦ୍ରବ୍ୟରୁ କୁଟାକାଠି ବା କ୍ଷୁଦ୍ରଅଂଶ ଅଲଗା କରିବା
ଉଦାହରଣ :
ମା ଚାଉଳ ବାଛୁଛନ୍ତି
ଅର୍ଥ : ଅନାବଶ୍ୟକ ରୂପରେ ନିଜର ଯୋଗ୍ୟତା ଦେଖାଇବା
ଉଦାହରଣ :
ଆମେ ତୁମକୁ ଜାଣୁ, ବେଶି ବାଛନାହିଁ ସେ ବହୁତ ବାଛେ
ଅର୍ଥ : କିଛି ଲୋକଙ୍କ ଭିତରୁ କାହାରିକୁ ଆପଣାର ପ୍ରତିନିଧି କରିବା
ଉଦାହରଣ :
କଂଗ୍ରେସ ଲୋକମାନେ ସୋନିଆ ଗାନ୍ଧିଙ୍କୁ କଂଗ୍ରେସର ଅଧ୍ୟକ୍ଷ ରୂପେ ବାଛିଲେ
ସମକକ୍ଷ : ନିର୍ବାଚିତ କରିବା
ଅର୍ଥ : ଅଲଗା ବା ପୃଥକ କରିବା
ଉଦାହରଣ :
ସୀତା ଚାଉଳରେ ମିଶି ଯାଇଥିବା ଡାଲିକୁ ଅଲଗା କରୁଛି ସେ ବଡ଼ ବଡ଼ ମାଛ ଅଲଗା କରୁଛି
ସମକକ୍ଷ : ଅଲଗା କରିବା, ବାହାର କରିବା
ଅର୍ଥ : ଗଛଗୁଡ଼ିକର ଚାରିପଟୁ ଘାସ ବାହାର କରିବା ଯାହାଦ୍ୱାରା ଗଛଗୁଡ଼ିକ ଠିକଭାବେ ବଢ଼ିପାରିବ
ଉଦାହରଣ :
ଚାଷୀମାନେ ତାଙ୍କ ବିଲ ବାଛୁଛନ୍ତି
ସମକକ୍ଷ : ଘାସ ବାଛିବା, ଘାସ ସଫାକରିବା
ଅର୍ଥ : ଛୋଟ ଛୋଟ ବସ୍ତୁଗୁଡ଼ିକୁ ଗୋଟି ଗୋଟି କରି ହାତରେ ଉଠେଇବା
ଉଦାହରଣ :
ମାଆ ଅଗଣାରେ ବସି ଚାଉଳରୁ ଗୋଡ଼ି ବାଛୁଛନ୍ତି
ସମକକ୍ଷ : ଖୁଣ୍ଟିବା
ଅର୍ଥ : ଅନେକ ବସ୍ତୁ ମଧ୍ୟରୁ କିଛି ମନ ପସନ୍ଦ ବସ୍ତୁ ଅଲଗା କରିବା
ଉଦାହରଣ :
ଲୁଗା ଦୋକାନରେ ନିଜ ପାଇଁ ମୁଁ ଦଶଟି ଶାଢ଼ୀ ବାଛିଲି
ସମକକ୍ଷ : ଚୟନ କରିବା, ପସନ୍ଦ କରିବା
ଅର୍ଥ : ସଜାଇକରି ବା କ୍ରମାନୁସାରେ ଠିକଭାବେ ରଖିବା
ଉଦାହରଣ :
ରାଜମିସ୍ତ୍ରୀ କାନ୍ଥର ଇଟା ଅଲଗାକରି ରଖୁଛି
ସମକକ୍ଷ : ଅଲଗାକରି ରଖିବା, ନିର୍ବାଚନ କରିବା