ଅର୍ଥ : ବାନ୍ଧିବା ବା ଯୋଡ଼ୁଥିବା ବସ୍ତୁକୁ ହଟାଇବା
ଉଦାହରଣ :
ମୋ ଧୋତି ଖୋଲିଗଲାଆପଣଙ୍କ କମିଜର ବୋତାମ ଖୋଲିଗଲା
ସମକକ୍ଷ : ଖୋଲିଯିବା
ଅର୍ଥ : ଦୈନଦିନ କାର୍ଯ୍ୟ ଆରମ୍ଭ ହେବା
ଉଦାହରଣ :
ଏହି ବ୍ୟାଙ୍କ ନଅଟାରେ ଖୋଲେ
ଅର୍ଥ : ସାମ୍ନାରୁ ଅବରୋଧ ବା ଉପର ଆବରଣ ହଟେଇବା
ଉଦାହରଣ :
ସମୟ ହେବାରୁ ନାଟ୍ୟମଞ୍ଚର ପର୍ଦ୍ଦା ଖୋଲିଗଲା
ଅର୍ଥ : କଂପ୍ୟୁଟରରେ କୌଣସି ଫାଇଲ ଆଦି ଖୋଲିବା
ଉଦାହରଣ :
ଆପଣ ପ୍ରଥମେ ଗୋଟିଏ ଫାଇଲ୍ ଖୋଲନ୍ତୁ
ସମକକ୍ଷ : ଆରମ୍ଭ କରିବା, ଓପନ କରିବା
ଅର୍ଥ : ନିଜ ମୁଠାରୁ ଅଲଗା କରିବା କିମ୍ବା ବନ୍ଧନରୁ ମୁକ୍ତ କରିବା
ଉଦାହରଣ :
ସେ ପିଞ୍ଜରାରେ ଥିବା ପକ୍ଷୀମାନଙ୍କୁ ମୁକ୍ତ କରିଦେଲେ
ସମକକ୍ଷ : ଛାଡ଼ିବା, ବନ୍ଧନରୁ ମୁକ୍ତ କରିବା, ମୁକ୍ତ କରିବା
ଅର୍ଥ : କୌଣସି ବନ୍ଦୀ କିମ୍ବା ଫସିଥିବା ବସ୍ତୁର ଅଲଗା ହେବା
ଉଦାହରଣ :
ମାଛ ଜାଲରୁ ଖୋଲିଗଲା
ସମକକ୍ଷ : ଅନ୍ମୁକ୍ତ ହେବା, ଆଜାଦ ହେବା, ବନ୍ଧନ ମୁକ୍ତ ହେବା, ମୁକ୍ତ ହେବା
ଅର୍ଥ : ପିନ୍ଧା ବସ୍ତୁକୁ ଖୋଲିବା
ଉଦାହରଣ :
ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
ସମକକ୍ଷ : ଉତାରିବା, ବାହାର କରିବା
ଅର୍ଥ : ମରାମତି ଆଦି କରିବାପାଇଁ ଯନ୍ତ୍ରାଂଶଗୁଡ଼ିକ ଅଲଗା କରିବା
ଉଦାହରଣ :
ଏହି ମିସ୍ତ୍ରୀ ଏଠାରେ ମୋ ଗାଡ଼ିର ଇଞ୍ଜିନ୍ ଖୋଲିଛି
ସମକକ୍ଷ : ଅଲଗା କରିବା
ଅର୍ଥ : ଗୁପ୍ତ ବା ଗୂଢ଼ କଥା ପ୍ରକଟ ବା ସ୍ପଷ୍ଟ କରିବା
ଉଦାହରଣ :
ସେ ନିଜ ପ୍ରେମ ବିବାହର ଗୋପନ କଥା ପ୍ରକାଶ କଲାସାମ୍ବାଦିକମାନେ ସହରର କଥାକଥିତ ପ୍ରତିଷ୍ଠିତ ଲୋକମାନଙ୍କ ମୁଖା ଖୋଲିଦେଲେ
ସମକକ୍ଷ : ଉନ୍ମୋଚିତ କରିବା, ପର୍ଦାଫାଶ କରିବା, ପ୍ରକାଶ କରିବା
ଅର୍ଥ : ବ୍ୟାଙ୍କ ଆଦିରେ ଖାତା ଆରମ୍ଭ କରିବା
ଉଦାହରଣ :
ଏଠିକାର ସମସ୍ତ କର୍ମଚାରୀ କାନାଡ଼ା ବ୍ୟାଙ୍କରେ ଖାତା ଖୋଲିଛନ୍ତି
ଅର୍ଥ : ପ୍ରବେଶପାଇଁ ସମର୍ଥ ହେବା
ଉଦାହରଣ :
ଏହି କବାଟ ଅଗଣା ମଧ୍ୟକୁ ଖୋଲେ
ଅର୍ଥ : ବନ୍ଧନ,ଗଣ୍ଠି ଆଦି ଖୋଲିବା
ଉଦାହରଣ :
ଜୋତାର ଗଣ୍ଠି ଖୋଲ
ଅର୍ଥ : କୌଣସି ଉପକରଣର ମରାମତି ଆଦି ନିମନ୍ତେ ଅଂଶଗୁଡ଼ିକୁ ଅଲଗା କରିବା
ଉଦାହରଣ :
ଘଡି ସଜାଡ଼ିବାବାଲା ଘଡ଼ିରେ ବେଟେରି ପକାଇବା ପାଇଁ ତାକୁ ଖୋଲିଲେ