ଅର୍ଥ : କୌଣସି ଧାରୁଆ ହତିଆରର ଆଘାତରେ କୌଣସି ବସ୍ତୁକୁ ଖଣ୍ଡ ଖଣ୍ଡ କରିବା
ଉଦାହରଣ :
ସେ ରୋଷେଇ କରିବା ପାଇଁ ପରିବା କାଟୁଛି
ଅର୍ଥ : କାଟିକରି ଅଲଗା କରିବା
ଉଦାହରଣ :
ସେ ଛାତ ଉପରକୁ ଓହଳିଥିବା ଡାଳଟିକୁ କାଟିଦେଲେ
ଅର୍ଥ : ଧାରୁଆ ଅସ୍ତ୍ରଆଦିରେ କୌଣସି ବସ୍ତୁଆଦିକୁ ଦୁଇ କିମ୍ବା କେତେ ଖଣ୍ଡ କରିବା ବା କେତେ ଭାଗରେ ଅଲଗା କରିବା
ଉଦାହରଣ :
ମାଳୀ ଛୋଟ ଗଛଗୁଡ଼ିକୁ କାଟୁଅଛି
ସମକକ୍ଷ : କଲମ କରିବା
ଅର୍ଥ : କାହାର ମତ, ବିଚାର ବା କଥନକୁ ଭୁଲ୍ ସାବ୍ୟସ୍ତ କରିବା
ଉଦାହରଣ :
ସେ ମୋର କଥାକୁ ଖଣ୍ଡନ କଲା
ସମକକ୍ଷ : ଖଣ୍ଡନ କରିବା
ଅର୍ଥ : ଆଘାତ ଲଗିବାପରେ କଷ୍ଟ ହେବା
ଉଦାହରଣ :
ପଥରରେ ମାଡ଼ ହେବାକ୍ଷଣି ମୋ ମୁଣ୍ଡରେ ଯନ୍ତ୍ରଣା ହେବାକୁ ଲାଗିଲା
ସମକକ୍ଷ : କଷ୍ଟହେବା, ଦରଜହେବା, ପୀଡ଼ାହେବା, ଯନ୍ତ୍ରଣା ହେବା
ଅର୍ଥ : ରସ, ଛାଲ ଆଦି ବାହାର କରିବା ପାଇଁ ଶରୀର, ଗଛ ଆଦି ଉପରେ କୌଣସି ହତିଆର ଦ୍ୱାରା ଆଘାତ କରି ତା ଉପର ଭାଗ କାଟିବା ବା ଛେଲିବା
ଉଦାହରଣ :
ମହେଶ ନିମ ଗଣ୍ଡିକୁ ଛେଲୁଛି
ସମକକ୍ଷ : କ୍ଷତ କରିବା, ଛେଲିବା
ଅର୍ଥ : କଇଁଚି ବା ସେହିପରି କୌଣସି ହତିଆରଦ୍ୱାରା କାଟିବା
ଉଦାହରଣ :
ମାଳି ବଗିଚାରେ ଛୋଟଗଛଗୁଡ଼ିକ ପ୍ରତି ମାସରେ କାଟେ
ଅର୍ଥ : ତାସ ଆଦିର ଗଦାରୁ କିଛିଭାଗ ଉଠାଇ ଅଲଗା କରିବା
ଉଦାହରଣ :
ଯାଦୁକରର କହିବା ଅନୁସାରେ ମୁଁ ତାସକୁ କାଟିଲି
ସମକକ୍ଷ : ଅଲଗା କରିବା
ଅର୍ଥ : କୌଣସି ବସ୍ତୁରୁ କୌଣସି ଅଂଶ ଅଲଗା କରିଦେବା
ଉଦାହରଣ :
ହିସାବ ଅଧିକାରୀ ମୋ ଦରମାରୁ କୋଡ଼ିଏ ପ୍ରତିଶତ ଆୟକର କାଟୁଛନ୍ତି
ଅର୍ଥ : ନିର୍ବାହ କରିବା ବା ବିତାଇଥିବା
ଉଦାହରଣ :
ସେ ତାର ପିଲାଦିନ ଅତି ଗରିବ ଅବସ୍ଥାରେ କାଟିଥିଲା
ସମକକ୍ଷ : ନିର୍ବାହ କରିବା, ବିତାଇବା