ଅର୍ଥ : ତାର ବା ସୂତାଆଦିରେ ତିଆରି ହୋଇଥିବା ସେହି ପରଦା ଯାହାର ବ୍ୟବହାର ମାଛ, ଚଢ଼େଇଆଦିଙ୍କୁ ଧରିବାରେ କରାଯାଏ
ଉଦାହରଣ :
ଶେଷରେ କପୋତଟି ଶିକାରୀ ଜାଲରେ ପଡ଼ିଗଲା
ସମକକ୍ଷ : ଫାଶ
ଅର୍ଥ : କାହାରି ଧୋକାବାଜିରେ ପଡ଼ିବାର ପ୍ରକ୍ରିୟା
ଉଦାହରଣ :
ଠକ ପଣ୍ଡିତଙ୍କ ଫାନ୍ଦରେ ପଡ଼ି ସୋହନ ହଜାର ହଜାର ଟଙ୍କା ହରେଇଲା
ସମକକ୍ଷ : ଫାନ୍ଦ
ଅର୍ଥ : ଏକ ପ୍ରକାରର ତୋପ
ଉଦାହରଣ :
ଶତ୍ରୁମାନେ ଜାଲ ଦ୍ୱାରା ଦୁର୍ଗକୁ ଧ୍ୱଂସ କରିଦେଲେ
ଅର୍ଥ : ସୂତା, ତାର, ବା ରସି ଆଦି ଦ୍ୱାରା ସମାନ ଅନ୍ତରାଳରେ ଛାଡ଼ିଛାଡ଼ି ବୁଣା ଯାଇଥିବା ଏକ ଉପକରଣ
ଉଦାହରଣ :
ଫଳ ଦୋକାନରେ କିଛି ଫଳ ଜାଲରେ ଟଙ୍ଗାହୋଇଥିଲା
ସମକକ୍ଷ : ନେଟ୍
ଅର୍ଥ : ଏକାଠି ବୁଣାଯାଇଥିବା ବା ଗୁନ୍ଥାଯାଇଥିବା ଅନେକ ବସ୍ତୁର ସମୂହ
ଉଦାହରଣ :
ଶରୀରରେ ତନ୍ତୁଗୁଡ଼ିକର ଜାଲ ବିଛେଇ ହୋଇଛି
ଅର୍ଥ : ଫୁଟ୍ ବଲ୍, ହକି ଆଦି ଖେଳରେ ଜାଲଦ୍ୱାରା ଘେରାଯାଇଥିବା ଗୋଲ୍ ପୋଷ୍ଟ୍
ଉଦାହରଣ :
ସେ ବଲ ଜାଲକୁ ମାରିଲା
ସମକକ୍ଷ : ନେଟ୍
ଅର୍ଥ : ସୂତାରେ ବୁଣାଯାଇଥିବା ଯେଉଁ ଖେଳ ଉପକରଣର ଦୁଇ ପାଖରେ ଟେନିସ୍ ଆଦି ଖେଳରେ ଖେଳାଳିମାନେ ଠିଆ ହୋଇ ଖେଳନ୍ତି
ଉଦାହରଣ :
ଟେନିସ୍ ଖେଳିବାପାଇଁ ପିଲାମାନେ ଟେନିସ୍ କୋର୍ଟରେ ଜାଲ ବାନ୍ଧୁଥିଲେ
ସମକକ୍ଷ : ନେଟ୍
ଅର୍ଥ : ଘାସ,ଭୁସି ଆଦି ବାନ୍ଧିବାପାଇଁ ସୂତା ଡୋରରେ ତିଆରି ଏକ ପ୍ରକାର ଜାଲ
ଉଦାହରଣ :
ରାମୁ ଗାଞ୍ଜିଆରେ ଭୁସି ଭର୍ତ୍ତି କରୁଛି
ସମକକ୍ଷ : ଗାଞ୍ଜିଆ
ଅର୍ଥ : ମୋତିଆବିନ୍ଦୁ ଯୋଗୁଁ ଆଖି ପିତୁଳା ଆଗରେ ପଡ଼ୁଥିବା ଝିଲ୍ଲି
ଉଦାହରଣ :
ମୋତିଆବିନ୍ଦୁ ଯୋଗୁଁ ଆଖିରେ ଜାଲ ପଡ଼ି ଯାଇଛି
ଅର୍ଥ : ଯେଉଁ ଜାଲରେ ବୁଢ଼ିଆଣୀ କୀଟ-ପତଙ୍ଗମାନଙ୍କୁ ଧରେ
ଉଦାହରଣ :
ଛୋଟ ଛୋଟ କୀଟ ଜାଲରେ ପଡ଼ି ବୁଢ଼ିଶିକାର ହୁଅନ୍ତି
ସମକକ୍ଷ : ବୁଢ଼ିଆଣୀ ଜାଲ