ଅର୍ଥ : ଜଣକୁ କିଛି ଦାୟିତ୍ୱ ଦେବା ବା କାହା ଜିମାରେ ରଖିବା
ଉଦାହରଣ :
ମୁଁ ଏହି କାମ ଆପଣଙ୍କ ଜିମା ଦେଲିମୁଁ ଏହି କାମ ଆପଣଙ୍କ ଉପରେ ଛାଡ଼ିଲି
ସମକକ୍ଷ : ଜିମା ଦେବା, ଦାୟିତ୍ୱ ଦେବା
ଅର୍ଥ : ଚାକିରିରୁ ବାହାର କରିବା
ଉଦାହରଣ :
ମୁଁ ମୋ ପୁରୁଣା ଚାକରାଣୀକୁ ଛାଡ଼ିଦେଲି
ସମକକ୍ଷ : ଛଟେଇ କରିବା, ବର୍ଜନ କରିବା
ଅର୍ଥ : ନିଜ ମୁଠାରୁ ଅଲଗା କରିବା କିମ୍ବା ବନ୍ଧନରୁ ମୁକ୍ତ କରିବା
ଉଦାହରଣ :
ସେ ପିଞ୍ଜରାରେ ଥିବା ପକ୍ଷୀମାନଙ୍କୁ ମୁକ୍ତ କରିଦେଲେ
ସମକକ୍ଷ : ଖୋଲିବା, ବନ୍ଧନରୁ ମୁକ୍ତ କରିବା, ମୁକ୍ତ କରିବା
ଅର୍ଥ : ନିଜ ସଙ୍ଗରେ ନ ରଖିବା ବା ଅନ୍ୟ କେଉଁଠି ରଖିବା, ଛାଡ଼ିବା ବା ରହିବାକୁ ଦେବା
ଉଦାହରଣ :
ସେ ମୋତେ ମେଳାରେ ହିଁ ଛାଡ଼ିଦେଲା
ସମକକ୍ଷ : ଦୂରେଇଦେବା
ଅର୍ଥ : କାହାରି ପିଛା କରିବାପାଇଁ ଅନ୍ୟକୁ ତା ପଛରେ ଲଗାଇବା
ଉଦାହରଣ :
ପୋଲିସ ଚୋରକୁ ଧରିବାପାଇଁ ତା ପଛରେ କୁକୁର ଛାଡ଼ିଲା
ସମକକ୍ଷ : ପଛରେ ଲଗାଇବା
ଅର୍ଥ : ବଞ୍ଚାଇକରି ରଖିବା
ଉଦାହରଣ :
ମୁଁ ଆପଣଙ୍କ ପାଇଁ ଖଣ୍ଡେ କେକ୍ ଛାଡ଼ି ଦେଇଛି