ଅର୍ଥ : ଏଭଳି ଉକ୍ତି, କଥନ, ବା କାର୍ଯ୍ୟ ଯେଉଁଥିରେ କିଛି ବିଶିଷ୍ଟ କୌଶଳ ବା ଚମତ୍କାରିତା ଥାଏ ବା ଯେଉଁଥିରେ ପ୍ରଭାବିତ ହୋଇ ଲୋକେ ପ୍ରଶଂସା କରନ୍ତି
ଉଦାହରଣ :
ତାର ପ୍ରତ୍ୟେକ କଥା କଥା ଭଳି
ଅର୍ଥ : କୌଣସି କାମ କରିବା କିମ୍ବା ନକରିବାର ଭାବ ଯାହାକୁ ଦୃଢ଼ତା ବା ପ୍ରତିଜ୍ଞାପୂର୍ବକ ଭାବରେ ପ୍ରକାଶ କରାଯାଏ
ଉଦାହରଣ :
ଆଧୁନିକ ଯୁଗରେ ବହୁତ କମ ଲୋକ ନିଜ କଥା ରକ୍ଷାକରନ୍ତି
ସମକକ୍ଷ : ବଚନ
ଅର୍ଥ : ମନଗଢ଼ା ବା ବାସ୍ତବିକ ଘଟଣାର ଆଧାରରେ ପ୍ରସ୍ତୁତ ହୋଇଥିବା ମୌଖିକ ବା ଲିଖିତ ବିବରଣୀ ଯାହାର ମୁଖ୍ୟ ଉଦ୍ଦେଶ୍ୟ ପାଠକଙ୍କର ମନୋରଞ୍ଜନ କରିବା,ସେମାନଙ୍କୁ କିଛି ଶିକ୍ଷା ଦେବା ବା କୌଣସି ବସ୍ତୁର ଅବସ୍ଥିତି ସମ୍ପର୍କରେ ପରିଚିତ କରାଇବା
ଉଦାହରଣ :
ମୁନ୍ସୀ ପ୍ରେମଚନ୍ଦ୍ରଙ୍କର କାହାଣୀ ଗ୍ରାମୀଣ୍ ପରିବେଶକୁ ଭଲ ଭାବରେ ଦର୍ଶାଇଥାଏ
ସମକକ୍ଷ : ଆଖ୍ୟାନ, କଥା କୃତି, କାହାଣୀ
ଅର୍ଥ : ଲୋକଙ୍କ ଭିତରେ ବିଶେଷ ଚର୍ଚ୍ଚା ହେବାପରି ଏପରି ଘଟଣା ବା କାର୍ଯ୍ୟ
ଉଦାହରଣ :
କଥା ବାହାରିବାକୁ ଡେରିଲାଗିବ ନାହିଁ
ଅର୍ଥ : ବିଶେଷ ମହତ୍ତ୍ବପୂର୍ଣ କୌଣସି କଥା ଅଥବା ଦୃଢ, ନିଶ୍ଚିତ ବା ପ୍ରାମାଣିକ ମତ, ବିଚାର ବା ସିଦ୍ଧାନ୍ତ
ଉଦାହରଣ :
ଯଦି ଏହି କଥା କାହରି କାନରେ ପଡିଯାଏ ତ ସବୁ ମାମଲା ବିଗିଡି ଯିବ
ଅର୍ଥ : କୌଣସି ମିଛ ବା ମନଗଢା କଥା
ଉଦାହରଣ :
ସ୍କୁଲକୁ ଆସିବାରେ ଡେରିହେବାରୁ ପିଲାଟି କେତେ କଥା ଶୁଣାଉଛି
ସମକକ୍ଷ : କାହାଣୀ
ଅର୍ଥ : ଦୁଇ ବା ଦୁଇରୁ ଅଧିକ ବ୍ୟକ୍ତିଙ୍କ କୌଣସି ପ୍ରସଙ୍ଗ ଉପରେ ଆପୋସ ଆଲୋଚନା
ଉଦାହରଣ :
ଆମେ ତୁମ ବିଷୟରେ ହିଁ ଆଲୋଚନା କରୁଥିଲୁ ଏତେ ଦିନ ପରେ ଦେଖାହେଲେ ବି ଶ୍ୟାମ ମୋ ସହିତ କଥା କହିଲା ନାହିଁ
ସମକକ୍ଷ : ଆଲୋଚନା, କଥାବାର୍ତ୍ତା, ବାର୍ତ୍ତାଳାପ