ଅର୍ଥ : ମୁହଁରେ ବ୍ୟକ୍ତ ଏବଂ ସ୍ପଷ୍ଟ ଧ୍ୱନି ବାହାରିବା
ଉଦାହରଣ :
ସୀମା ‘ଡ’ କୁ ‘ର’ କହେ
ସମକକ୍ଷ : ଉଚ୍ଚାରଣ କରିବା, ଉଚ୍ଚାରିବା, ବୋଲିବା
ଅର୍ଥ : ହିତକଥା କହିବା
ଉଦାହରଣ :
ବୁଦ୍ଧ ଆମକୁ ଜୀବନରେ ଉଚିତ ମୂଲ୍ୟର ଶିକ୍ଷା ଦେଲେ
ସମକକ୍ଷ : ବତେଇବା, ଶିକ୍ଷା ଦେବା, ଶିଖେଇବା
ଅର୍ଥ : କାହା ସାମନାରେ କୌଣସି ଘଟଣା ଆଦିର ସମ୍ବନ୍ଧିତ ଲୋକମାନଙ୍କର ନାମ ବତାଇବା
ଉଦାହରଣ :
ସେ ପୋଲିସ ସାମନାରେ ଚାରି ଲୋକଙ୍କର ନାମ ପ୍ରକାଶ କଲା
ସମକକ୍ଷ : ପ୍ରକାଶ କରିବା, ବତାଇବା
ଅର୍ଥ : ମୁହଁରେ କୌଣସି କଥା, ବିଚାରଆଦି ବ୍ୟକ୍ତ କରିବା
ଉଦାହରଣ :
ଆପଣଙ୍କର କିଛି ଦରକାର ହେଲେ ମୋତେ କହନ୍ତୁ
ସମକକ୍ଷ : ବ୍ୟକ୍ତ କରିବା
ଅର୍ଥ : କିଛି କରିବାପାଇଁ ଆଦେଶଦେବା
ଉଦାହରଣ :
ଗୁରୁ ତୁମକୁ ଘରକୁ ଯିବାପାଇଁ କହିଛନ୍ତି ସେ ନିଜେ କିଛି କରେ ନାହିଁ କେବଳ ଅନ୍ୟକୁ ବରାଦ କରେ
ସମକକ୍ଷ : ଆଜ୍ଞା କରିବା, ଆଜ୍ଞା ଦେବା, ଆଦେଶ ଦେବା, ବରାଦ କରିବା
ଅର୍ଥ : କୌଣସି ବସ୍ତୁ ଓ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା
ଉଦାହରଣ :
ରହିମ ଆଜି ଆସିବନି ବୋଲି ସେ କହିଲା
ସମକକ୍ଷ : ଜଣାଇବା, ବତେଇବା, ସୂଚନା ଦେବା, ସୂଚିତ କରିବା
ଅର୍ଥ : ସଭାରେ ଶ୍ରୋତାମାନଙ୍କ ସାମ୍ନାରେ କୌଣସି ବିଷୟରେ ନିଜର ଭାବ ବ୍ୟକ୍ତ କରିବା
ଉଦାହରଣ :
ମୁଖ୍ୟ ଅତିଥି ଅନୁଶାସନର ମହତ୍ତ୍ୱ ଉପରେ ଭାଷଣ ଦେଲେ
ସମକକ୍ଷ : ବକ୍ତବ୍ୟପ୍ରଦାନକରିବା, ଭାଷଣଦେବା
ଅର୍ଥ : କାହାରି ବିଷୟରେ ନିଶ୍ଚିତତା ଓ ଆତ୍ମବିଶ୍ୱାସ ସହିତ କିଛି ସକାରାତ୍ମକ ବିବରଣୀ ଦେବା
ଉଦାହରଣ :
ସେ ଭଲଲୋକ ନୁହେଁ ବୋଲି ମୁଁ ତୁମକୁ କହିଥିଲି
ସମକକ୍ଷ : ବିବରଣୀଦେବା, ବୋଲିବା, ବ୍ୟକ୍ତକରିବା, ସ୍ପଷ୍ଟକରିବା
ଅର୍ଥ : କିଛି କହିକି ବାଧକ ହେବା
ଉଦାହରଣ :
ଆପଣ ମଝିରେ କୁହନ୍ତୁ ନାହିଁ ଆପଣ ମଝିରେ କଣ ପାଇଁ କୁହୁଛନ୍ତି?