ଅର୍ଥ : ସଂକ୍ଷିପ୍ତ ରୂପରେ କୁହାଗଲେବି ଯାହାର ବହୁତ ଗୁଢ଼ ଅର୍ଥ ଥାଏ
ଉଦାହରଣ :
ଗୁରୁଜୀଙ୍କଠାରୁ ମୋତେ ବଞ୍ଚିବାର ସୂତ୍ର ମିଳିଲା
ସମକକ୍ଷ : ଉପାୟ
ଅର୍ଥ : ଯେଉଁ ସାଙ୍କେତିକ ପଦ ବା ଶବ୍ଦଦ୍ୱାରା କୌଣସି କାର୍ଯ୍ୟ କରିବାର ମୂଳ ସିଦ୍ଧାନ୍ତ, ପ୍ରକ୍ରିୟାଆଦି ସଂକ୍ଷିପ୍ତ ରୂପେ ନିହିତ ଥାଏ
ଉଦାହରଣ :
ଶକ୍ତି ସଂପର୍କରେ ଆଇଷ୍ଟାଇନଙ୍କ ପ୍ରଦତ୍ତ ସୂତ୍ର ଉଲ୍ଲେଖ କର
ଅର୍ଥ : ଯାହାଦ୍ୱାରା କିଛି ସୂଚନା ମିଳେ
ଉଦାହରଣ :
ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ କିଛି ପାକିସ୍ଥାନୀ ଗୁପ୍ତଚର ଏହି ସହରରେ ଅଛନ୍ତି
ଅର୍ଥ : କୌଣସି କାର୍ଯ୍ୟ ବା ଯୋଜନା ସମ୍ବନ୍ଧିତ ଅନେକ ବିଷୟରୁ କିଛି ଯାହା ସେହି କାର୍ଯ୍ୟ ବା ଯୋଜନା ସଫଳ ହେବାପାଇଁ ଚିନ୍ତା କରାଯାଇଥାଏ
ଉଦାହରଣ :
ଏହି ଯୋଜନାର ଚାରିଟି ସୂତ୍ର ମଧ୍ୟରୁ ଦୁଇଟି ଅତି ଉପଯୋଗୀ ଏବଂ ଆବଶ୍ୟକ
ଅର୍ଥ : ଯେଉଁ ସମ୍ବନ୍ଧ କାହାରି ପାଇଁ ନିଅଁ ବା ଆଧାର ସଦୃଶ ବା କାହାରିକୁ ନିବିଡ଼ କରାଏ
ଉଦାହରଣ :
ସେମାନେ ଏକ ବନ୍ଧୁତା ସୂତ୍ରରେ ଆବଦ୍ଧ
ସମକକ୍ଷ : ଆଧାର