ଅର୍ଥ : ଦେଖିବାର ପ୍ରକ୍ରିୟା
ଉଦାହରଣ :
ମୁଁ ତାକୁ ଦେଖିବା ଜରୁରୀ ନୁହେଁ
ସମକକ୍ଷ : ଅବଲୋକନ କରିବା, ଚାହିଁବା, ଦର୍ଶନ କରିବା
ଅର୍ଥ : କୌଣସି ବସ୍ତୁ, ବ୍ୟକ୍ତିଆଦିର କାମକରିବାରେ ଯୋଗ୍ୟତା ଅଛି କି ନାହିଁ ଜାଣିବାପାଇଁ ପରୀକ୍ଷା କରିବା
ଉଦାହରଣ :
ଏହି ଛୋଟ କାମ୍ ଜରିଆରେ ମୁଁ ତାକୁ ପରୀକ୍ଷା କରୁଛି କି ସେ ମୋ କାମପାଇଁ ଯୋଗ୍ୟ କି ନୁହେଁ
ସମକକ୍ଷ : ଅବଲୋକନ କରିବା, ପରଖିବା, ପରୀକ୍ଷଣ କରିବା, ପରୀକ୍ଷା କରିବା
ଅର୍ଥ : ଆଖିରେ କୌଣସି ବ୍ୟକ୍ତି କିମ୍ବା ପଦାର୍ଥ ଆଦିର ରୂପ ରଙ୍ଗ ଏବଂ ଆକାର ପ୍ରକାରଆଦିର ଜ୍ଞାନ ପ୍ରାପ୍ତ କରିବା
ଉଦାହରଣ :
ଶ୍ୟାମ ଧ୍ୟାନପୂର୍ବକ ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଦେଖୁଥିଲେ
ସମକକ୍ଷ : ନିରେଖେଇବା
ଅର୍ଥ : କୌଣସି ବ୍ୟକ୍ତି ବା ବସ୍ତୁର ଯତ୍ନ ନେବା
ଉଦାହରଣ :
ମୋ ବୋହୂ ଏବେ ଚାକିରୀ ଛାଡ଼ି ଘର ଏବଂ ଛୁଆପିଲାଙ୍କୁ ସମ୍ଭାଳୁଛି
ସମକକ୍ଷ : ଦାୟିତ୍ୱନେବା, ଯତ୍ନନେବା, ସମ୍ଭାଳିବା
ଅର୍ଥ : କୌଣସି ଜିନିଷ ଆଦି ବିଷୟରେ ନିଶ୍ଚିତ ହେବା
ଉଦାହରଣ :
ମୁଁ ସକାଳେ ବାହାରିବା ଆଗରୁ ଦେଖେ ଯେ କୋଠରୀର ଝରକା, କବାଟ ବନ୍ଦ ଅଛି ବା ନାହିଁ
ଅର୍ଥ : କୌଣସି ବସ୍ତୁ ଆଦି ବିଷୟରେ ପଚାରି ବୁଝିବା
ଉଦାହରଣ :
ରେଳଗାଡି ଠିକ୍ ସମୟରେ ଚାଲୁଛି ନା ନାହିଁ ଦେଖ
ଅର୍ଥ : ନିରୀକ୍ଷଣ କରିବା
ଉଦାହରଣ :
ଆପଣ ଦେଖିଲେ ନା ଆଜିକାଲିର ପିଲାମାନେ କିପରି ବ୍ୟବହାର କରୁଛନ୍ତି?
ଅର୍ଥ : ନିରୀକ୍ଷଣ କରିବା
ଉଦାହରଣ :
ମୁଁ ଏହି ଯନ୍ତ୍ରର କାର୍ଯ୍ୟପ୍ରଣାଳୀ ଦେଖିଲି
ଅର୍ଥ : ଦେଖା ଦେବା
ଉଦାହରଣ :
ଆକାଶରେ ତାରାସବୁ ଆସ ଦେଖିବା ମୋତେ ଅନ୍ଧାରରେ ରାସ୍ତା ଦେଖାଯାଉନାହିଁ
ସମକକ୍ଷ : ଦୃଷ୍ଟିଗୋଚର ହେବା