ଅର୍ଥ : ବହୁତ ଅଧିକ କାମ ବା ପରିଶ୍ରମ କରିବା
ଉଦାହରଣ :
ମୂଲିଆ ଦିନସାରା ଖଟିଥାଏ, ତେବେ ଯାଇ ତାବଦଳରେ ମୁଠେ ଅନ୍ନ ବା ଦୁଇ ପଟ ରୁଟି ସଂଗ୍ରହ କରିପାରେ
ସମକକ୍ଷ : ଖଟିବା, ପରିଶ୍ରମ କରିବା, ମୂଲଲାଗିବା
ଅର୍ଥ : କୌଣସି ଘଟଣା ଆଦି ଘଟିବାର କାରଣ ହେବା ବା ପରିଣାମ ରୂପରେ ଆସିବା ବା ହେବା
ଉଦାହରଣ :
ମୁଁ କିଛି ଚମତ୍କାର କରିନାହିଁ
ସମକକ୍ଷ : କରିବା, କାର୍ଯ୍ୟ କରିବା
ଅର୍ଥ : ବିଶେଷକରି ଆଶାନୁରୂପ ପ୍ରଭାବ ପଡ଼ିବା ବା ଫଳାଫଳ ଆସିବା
ଉଦାହରଣ :
ଏହି ଔଷଧ ଭୋଜନପରେ ଖାଇଲେ ହିଁ କାମକରେ
ସମକକ୍ଷ : କାମ ଦେବା, ଫଳପ୍ରଦ ହେବା, ଫଳପ୍ରସୂ ହେବା
ଅର୍ଥ : (ଅତୀତ କାଳରେ ବ୍ୟବହୃତ) ଅଭ୍ୟାସବଶତଃ କୌଣସି କାମ କରିଚାଲିବା
ଉଦାହରଣ :
ମୁଁ ପିଲାଦିନେ ଅନେକ ମିଠେଇ ଉଦରସ୍ଥ କରୁଥିଲି
ସମକକ୍ଷ : କରିବା, କାର୍ଯ୍ୟ କରିବା
ଅର୍ଥ : ଅସ୍ଥାୟୀ ରୂପରେ କୌଣସି ବ୍ୟକ୍ତିର ସ୍ଥାନରେ କାମ କରିବା ଓ ତାଙ୍କ ଦାୟିତ୍ୱ ତୁଲାଇବା
ଉଦାହରଣ :
ବିଜୟ ଛୁଟିରେ ଥିବା କାରଣରୁ ଦୀପକ ତା କାମ କରିବ
ସମକକ୍ଷ : ଦାୟିତ୍ୱ ତୁଲାଇବା
ଅର୍ଥ : କୌଣସି କାର୍ଯ୍ୟ କରିବା
ଉଦାହରଣ :
ଏହି କାମ କରିସାରି ମୁଁ ଆପଣଙ୍କ କାମ କରିବି
ସମକକ୍ଷ : କରିବା, କାର୍ଯ୍ୟ କରିବା
ଅର୍ଥ : ପ୍ରୟୋଗ କଲାବେଳେ ଏକ ବିଶେଷ ଉପାୟରେ ବ୍ୟବହାର କରିବା
ଉଦାହରଣ :
କୋମଳ ଧାତୁ ଭଲରୂପେ କାମକରେ
ସମକକ୍ଷ : କାମ ଦେବା, ବ୍ୟବହୃତ ହେବା
ଅର୍ଥ : ବେତନ ନେଇ କୌଣସି କାମ କରିବା
ଉଦାହରଣ :
ମୋହନ ଏକ ବୃହତ୍ତ ସଂସ୍ଥାରେ ଚାକିରି କରୁଛି
ସମକକ୍ଷ : ଚାକିରି କରିବା, ନୌକରି କରିବା
ଅର୍ଥ : ଆଚରଣ କିମ୍ବା ବ୍ୟବହାରରେ ହେବା ବା ଆସିବା ବା ପ୍ରୟୋଗ କଲେ ଆଶାନୁରୂପ କାମ କରିବା
ଉଦାହରଣ :
ମୋର ଦଶ ବର୍ଷର ପୁରୁଣା କାର ଆଜି ମଧ୍ୟ ଚାଲୁଅଛି
ସମକକ୍ଷ : ଉପଯୋଗରେ ଆସିବା, ଚାଲିବା