ଅର୍ଥ : ଚାଲୁହେବା ବା ରହିବାର ପ୍ରକ୍ରିୟା, ଅବସ୍ଥା ବା ଭାବ
ଉଦାହରଣ :
କିଛି ସମୟ ପର୍ଯ୍ୟନ୍ତ ଚାଲିବା ପରେ ଯନ୍ତ୍ରଟି ନିଜକୁ ନିଜେ ବନ୍ଦ ହୋଇଗଲା
ଅର୍ଥ : ପ୍ରବାହିତ ହେବା
ଉଦାହରଣ :
ନଦୀରେ ଡଙ୍ଗା ଚାଲୁଛି
ଅର୍ଥ : କୌଣସି କାର୍ଯ୍ୟରେ ଅଗ୍ରସର ହେବା
ଉଦାହରଣ :
ଆମକୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ହେବ
ସମକକ୍ଷ : ଆଗକୁ ବଢିବା
ଅର୍ଥ : କୌଣସି ସ୍ଥାନରୁ ଆଗକୁ ଯିବା ଅଥବା ଚାଲିବା
ଉଦାହରଣ :
ନଈ ପାରିହୋଇ ଆମ୍ଭେମାନେ ପାହାଡ଼ ଆଡ଼କୁ ଚାଲିଲୁ
ସମକକ୍ଷ : ଗମନ କରିବା
ଅର୍ଥ : କୌଣସି ସ୍ଥାନ, ପରିସ୍ଥିତିଆଦି ଦେଇ ଆସିବା ବା ଯିବା
ଉଦାହରଣ :
ମୁଁ ସେହି ଗଳିଦେଇ ଯାଉଥିଲି ସେତେବେଳେ ହିଁ ସେ ମୋତେ ଦେଖିନେଲା
ସମକକ୍ଷ : ଯିବା
ଅର୍ଥ : ଆଚରଣ କିମ୍ବା ବ୍ୟବହାରରେ ହେବା ବା ଆସିବା ବା ପ୍ରୟୋଗ କଲେ ଆଶାନୁରୂପ କାମ କରିବା
ଉଦାହରଣ :
ମୋର ଦଶ ବର୍ଷର ପୁରୁଣା କାର ଆଜି ମଧ୍ୟ ଚାଲୁଅଛି
ସମକକ୍ଷ : ଉପଯୋଗରେ ଆସିବା, କାମ କରିବା
ଅର୍ଥ : ସମ୍ବନ୍ଧ, ବ୍ୟବହାର ଆଦି ଠିକ୍ ଭାବରେ ଚାଲିବା
ଉଦାହରଣ :
ଦେଖ, ମିଥ୍ୟା ଆଧାରରେ ନିର୍ମିତ ସମ୍ବନ୍ଧ କେତେଦିନ ଚାଲିବ
ସମକକ୍ଷ : ନିର୍ବାହିତ ହେବା
ଅର୍ଥ : ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା
ଉଦାହରଣ :
ପିଲାଟି ଢଳି ଢଳି ଚାଲୁଛି
ଅର୍ଥ : କୌଣସି ବସ୍ତୁ ଆଦିର ପ୍ରଚଳନରେ ଆସିବା
ଉଦାହରଣ :
ତୁଗଲକ ସମୟରେ ତାଙ୍କ ନାମରେ ମୁଦ୍ରା ପ୍ରଚଳିତ ହୋଇଥିଲା
ସମକକ୍ଷ : ପ୍ରଚଳିତ ହେବା
ଅର୍ଥ : ଶୀଘ୍ର ଖରାପ ବା ନଷ୍ଟ ନ ହେବା ବା କାମରେ ଆସିବା
ଉଦାହରଣ :
ଭଲ କମ୍ପାନୀଗୁଡ଼ିକର ଉତ୍ପାଦ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠିରହେ
ସମକକ୍ଷ : ତିଷ୍ଠି ରହିବା, ରହିବା
ଅର୍ଥ : ଏକ ବିଶେଷ ବିନ୍ଦୁ ପରେ ବା ଦୁଇଟି ବିନ୍ଦୁ ପର୍ଯ୍ୟନ୍ତ ବିସ୍ତାରିତ ହେବା, ଯିବା ବା ବିସ୍ତୃତ ହେବା
ଉଦାହରଣ :
ତା ବୁଦ୍ଧି ବେଶୀଦୂର ପର୍ଯ୍ୟନ୍ତ ଯାଏନାହିଁ
ସମକକ୍ଷ : ଗମନ କରିବା, ଦୌଡିବା, ବିସ୍ତାରିତ ହେବା, ବିସ୍ତୃତ ହେବା, ଯିବା
ଅର୍ଥ : ଲାଠି ଆଦିର ପ୍ରୟୋଗ ବା ପ୍ରହାର ହେବା
ଉଦାହରଣ :
ଆଜି ରାଉତ ବସ୍ତିରେ ଲାଠି ଚାଲିଲା