ଅର୍ଥ : ପାଣି ମିଶାଇ ହାତରେ ଦଳିବା ବା ମନ୍ଥିବା କାମ
ଉଦାହରଣ :
ମାଆ ଅଟା ଦଳିବା ଛାଡି ଦୁଆର ଖୋଲିବାକୁ ଗଲେ
ସମକକ୍ଷ : ଚକଟିବା
ଅର୍ଥ : କୌଣସି ଟାଣୁଆ ବସ୍ତୁକୁ ହାତ ବା କୌଣସି ବସ୍ତୁରେ ବାରମ୍ବାର ଏପରି ଚାପଦେବା ଯାହା ଫଳରେ ସେହି ବସ୍ତୁ ଛୋଟଛୋଟ ଖଣ୍ଡ ହୋଇଯିବ
ଉଦାହରଣ :
ଭର୍ତ୍ତା ତିଆରି କରିବାପାଇଁ ଲଲିତା ସିଝା ଆଳୁକୁ ଚକଟୁଛି
ସମକକ୍ଷ : ଚକଟିବା
ଅର୍ଥ : ବସ୍ତ୍ର, ଫୁଲ ଆଦି କୌଣସି କୋମଳ ପଦାର୍ଥକୁ ହାତରେ ଏପରି ମକଚିବା ଯେପରି ତାହା ଖରାପ ହୋଇଯିବ
ଉଦାହରଣ :
ତୁମ୍ଭେମାନେ ଫୁଲଗୁଡ଼ିକ କାହିଁକି ମକଚୁଛ?
ସମକକ୍ଷ : ମକଚିବା
ଅର୍ଥ : ଚକ୍କି ଆଦିରେ ଦଳିକରି ଛୋଟଛୋଟ ଖଣ୍ଡ କରିବା
ଉଦାହରଣ :
ମା ମଟର ଦଳୁଛି
ଅର୍ଥ : ବାରମ୍ବାର ଯେପରି ଚାପଦେଲେ କୌଣସି ବସ୍ତୁ ବିକୃତ ହୋଇଯାଏ
ଉଦାହରଣ :
ସେ ସାପର ମୁଣ୍ଡକୁ ଦଳୁଛି
ସମକକ୍ଷ : ଚକଟିବା, ଛେଚିବା, ମର୍ଦ୍ଦନ କରିବା