ଅର୍ଥ : କୁକୁଡା, ମୟୂର ଇତ୍ୟାଦିର ମୁଣ୍ଡ ଉପରେ ଥିବା ପର ବା ମାଂସଳ ଆକର୍ଷକ ଭାଗ
ଉଦାହରଣ :
ଗଞ୍ଜାର ମୁଣ୍ଡ ଉପରେ ଲାଲ ରଙ୍ଗର ଚୂଳ ଅଛି
ସମକକ୍ଷ : ଶିଖା
ଅର୍ଥ : ବଳଦ ବା ଷଣ୍ଢଆଦିର କାନ୍ଧ ଉପରେ ଉଠିଥିବା କୁଜ
ଉଦାହରଣ :
ବଳଦର ଚୂଳରେ ଘାଆ ହୋଇଯାଇଛି
ଅର୍ଥ : କାଠର ଯେଉଁ ପତଳା ମୁଣ୍ଡ ଅନ୍ୟ କାଠର କଣାରେ ବସାଯାଏ
ଉଦାହରଣ :
ବଢ଼େଈ ନିହାଣଦ୍ୱାରା ଚୂଳକୁ ଆହୁରି ଅଧିକ ପତଳା କରୁଛି
ଅର୍ଥ : ଟୋପି ଆଦିରେ ଲଗାଯାଇଥିବା ମୋତି ବା ସୁନାରେ ତିଆରି ଏକ ଆଭୁଷଣ
ଉଦାହରଣ :
ତାଙ୍କ ଟୋପିରେ ସୁନାର ଚୂଳ ଲାଗିଛି
ସମକକ୍ଷ : ଚନ୍ଦ୍ରିକା
ଅର୍ଥ : ରାଜାମାନଙ୍କର ପଗଡ଼ି ବା ମକୁଟରେ ଲାଗାଯାଉଥିବା ବହୁମୂଲ୍ୟ ପର
ଉଦାହରଣ :
ରାଜାଙ୍କ ମୁକୁଟର ଏକ ଚୂଳ ତଳକୁ ଖସିପଡ଼ିଲା
ସମକକ୍ଷ : ଚନ୍ଦ୍ରିକା