ଅର୍ଥ : ଗାଡ଼ି ବା କଳଆଦିରେ ଲଗାଯାଉଥିବା ଯେଉଁ ଚକ ଘୁରିଲେ ଗାଡ଼ି ବା କଳ ଚାଲେ
ଉଦାହରଣ :
ଏହି ଗାଡ଼ିର ଆଗ ଚକଟି ଖରାପ ହୋଇଯାଇଛି
ସମକକ୍ଷ : ଚକା
ଅର୍ଥ : ଏକ ପ୍ରକାର ଗୋଲାକାର ମଙ୍ଗଧରା ଦଣ୍ଡ
ଉଦାହରଣ :
ହ୍ୱୀଲଦ୍ୱାରା ଜଳଯାନର ମଙ୍ଗକୁ ନିୟନ୍ତ୍ରଣ କରାଯାଏ
ସମକକ୍ଷ : ହ୍ୱୀଲ
ଅର୍ଥ : ଯେଉଁ କୀଳକ ଉପରେ ଘୁରୁଥିବା ଚକ୍ର ଉପରେ କୁମ୍ଭାର ହାଣ୍ଡିମାଠିଆ ତିଆରି କରେ
ଉଦାହରଣ :
କୁମ୍ଭାର ହାଣ୍ଡିମାଠିଆ ତିଆରି କରିବାପାଇଁ କୁମ୍ଭାରଚକକୁ ଘୁରାଇଲା
ସମକକ୍ଷ : କୁମ୍ଭାର ଚକ
ଅର୍ଥ : ଏକ କୀଳକକୁ ଆଧାର କରି ଘୁରୁଥିବା ଗୋଲାକାର ବସ୍ତୁ
ଉଦାହରଣ :
ଚକ୍ରଟି ତା ଆଧାରରୁ ବାହାରି ଦୂରରେ ପଡ଼ିଲା
ସମକକ୍ଷ : ଚକ୍ର
ଅର୍ଥ : ଗାଡିର ଚକ ଭଳି ଦିଶୁଥିବା ଯେଉଁ ଗୋଲାକାର ଜିନିଷଟି ପ୍ରାୟ ଘୁରୁଥାଏ କିମ୍ବା ଯାହାକୁ ଘୁରାଇବାପାଇଁ ତିଆରି କରାଯାଇଅଛି ବା ଯାହା ଦେଖିବାକୁ ଗାଡି ଚକ ପରି
ଉଦାହରଣ :
କୁମ୍ଭାର ଚକ ଏକ ପ୍ରକାରର ଚକ୍ର
ସମକକ୍ଷ : ଚକ୍ର
ଅର୍ଥ : କାଠ,ଲୁହା ଆଦିର ଗୋଲାକାର ଛାଞ୍ଚ ଯାହା ଛଡଖଣ୍ଡ ଆଦିଦ୍ବାରା ଚକ୍ରର କେନ୍ଦ୍ର ଠାରେ ବନ୍ଧା ହୋଇଥାଏ ଏବଂ କୌଣସି ଅକ୍ଷ ବା ଅଖକୁ କେନ୍ଦ୍ର କରି ତାହାର ଚାରି ପଟେ ଘୁରେ ତଥା ଯାନ,ରଥ ଆଦିକୁ ଆଗକୁ ଠେଲି ନିଏ
ଉଦାହରଣ :
ପିଲାମାନେ ଚକରେ ଝୁଲୁଛନ୍ତି