ଅର୍ଥ : ଏକ କୀଳକକୁ ଆଧାର କରି ଘୁରୁଥିବା ଗୋଲାକାର ବସ୍ତୁ
ଉଦାହରଣ :
ଚକ୍ରଟି ତା ଆଧାରରୁ ବାହାରି ଦୂରରେ ପଡ଼ିଲା
ସମକକ୍ଷ : ଚକ
ଅର୍ଥ : ଛୋଟ ଚକ ଭଳି ହୋଇଥିବା ପୌରାଣିକ କାଳର ଏକ ଅସ୍ତ୍ର
ଉଦାହରଣ :
ଭଗବାନ ବିଷ୍ଣୁଙ୍କ ଚକ୍ରର ନାମ ସୁଦର୍ଶନ
ଅର୍ଥ : ଧାତୁତିଆରି ଯେଉଁ ପଦକଟି ସୈନିକମାନଙ୍କୁ ବୀରତାପୂର୍ଣ୍ଣ କାର୍ଯ୍ୟପାଇଁ ପ୍ରଦାନ କରାଯାଏ
ଉଦାହରଣ :
ମେଜର ସତପାଲ ସିହଂଙ୍କୁ ମହାବୀର ଚକ୍ର ପ୍ରଦାନ କରାଗଲା
ସମକକ୍ଷ : ମହାବୀର ଚକ୍ର
ଅର୍ଥ : ଗାଡିର ଚକ ଭଳି ଦିଶୁଥିବା ଯେଉଁ ଗୋଲାକାର ଜିନିଷଟି ପ୍ରାୟ ଘୁରୁଥାଏ କିମ୍ବା ଯାହାକୁ ଘୁରାଇବାପାଇଁ ତିଆରି କରାଯାଇଅଛି ବା ଯାହା ଦେଖିବାକୁ ଗାଡି ଚକ ପରି
ଉଦାହରଣ :
କୁମ୍ଭାର ଚକ ଏକ ପ୍ରକାରର ଚକ୍ର
ସମକକ୍ଷ : ଚକ
ଅର୍ଥ : ଯୋଗ ଅନୁସାରେ ଶରୀର ମଧ୍ୟରେ ସାତ ପଦ୍ମ ବା ବିଶିଷ୍ଟ ସ୍ଥାନ ଯାହା ଆଧୁନିକ ବିଜ୍ଞାନ ଅନୁସାରେ କେତେକ ବିଶିଷ୍ଟ ଜୀବନ ରକ୍ଷକ ଗ୍ରନ୍ଥିର ଆଖପାଖରେ ଥାଏ
ଉଦାହରଣ :
ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ,ଆଜ୍ଞା ଏବଂ ସହସ୍ରାର ଏଗୁଡିକ ଯୋଗର ଚକ୍ର