ଅର୍ଥ : ଦଉଡ଼ି, ଲୁଗାଆଦିରେ ବିଶେଷ ପ୍ରକାରର ଫେରଦେଇ ତିଆରି ହୋଇଥିବା ବନ୍ଧନ
ଉଦାହରଣ :
ସେ ଲୁଗାର ଗଣ୍ଠି ଖୋଲି ପାରିଲା ନାହିଁ
ସମକକ୍ଷ : ଗ୍ରନ୍ଥି
ଅର୍ଥ : କୌଣସି କାରଣ ଯୋଗୁଁ ମନରେ ଉତ୍ପନ୍ନ ଦୁର୍ଭାବନା
ଉଦାହରଣ :
ସେ ଦିନରୁ ଦୁଇଜଣଙ୍କମଧ୍ୟରେ ମିତ୍ରତା ତ ହେଲା କିନ୍ତୁ ଗଣ୍ଠି ରହିଗଲା
ସମକକ୍ଷ : ସନ୍ଧି
ଅର୍ଥ : ସୂଜାକ ରୋଗରେ ହେଉଥିବା ଏକ ଗଣ୍ଠି
ଉଦାହରଣ :
ସୂଜାକରେ ପୀଡ଼ିତ ରୋଗୀର ପରିସ୍ରା ନଳୀ ଭିତରେ ଗଣ୍ଠି ପଡ଼ିଯାଏ
ଅର୍ଥ : ଆଙ୍ଗୁଠିର ଗଣ୍ଠି ବା ଖଞ୍ଜା ଯେଉଁଠାରୁ ତାହା ବୁଲାଇହୁଏ
ଉଦାହରଣ :
ମୋ ଆଙ୍ଗୁଠି ଗଣ୍ଠି ଦରଜ ଅଛି
ଅର୍ଥ : କୌଣସି ଗଛ କାଣ୍ଡର ସେହି ଭାଗ ଯେଉଁଠାରୁ ପତ୍ର,ଶାଖା ବା ଆପେ ଆପେ ଗଛ ଜନ୍ମେ
ଉଦାହରଣ :
ବାଉଁଶ, ଆଖୁଆଦିରେ କେତେକ ଗଣ୍ଠି ହୋଇଥାଏ
ଅର୍ଥ : ଶରୀରରେ ଗଣ୍ଠି ରୂପରେ ଥିବା ଯେଉଁ ଅବୟବ ଶରୀରପାଇଁ ଦରକାରୀ ରସ ଉତ୍ପନ୍ନ କରେ
ଉଦାହରଣ :
ଶରୀରରେ ବହୁ ପ୍ରକାରର ଗ୍ରନ୍ଥି ଅଛି
ସମକକ୍ଷ : ଗ୍ରନ୍ଥି
ଅର୍ଥ : ଶରୀର ଯେଉଁ ଗଣ୍ଠି ବା ଜୋଡ଼ରେ ଅଙ୍ଗ ବଙ୍କାହୁଏ ବା ମୋଡ଼େ
ଉଦାହରଣ :
ମୋର ଆଙ୍ଗୁଳି ଗଣ୍ଠିରେ କଷ୍ଟ ହେଉଛି
ସମକକ୍ଷ : ଅବୟବ ସନ୍ଧି, ଜୋଡ଼
ଅର୍ଥ : ଗଛର କୌଣସି ଭାଗର ଫୁଲିଥିବା ଅଂଶ
ଉଦାହରଣ :
ଏହି ଗଛରେ ବହୁତ ଗଣ୍ଠି ଅଛି