ଅର୍ଥ : କୌଣସି ସ୍ଥାନରେ ପହଞ୍ଚିବା ନିମନ୍ତେ ଡେଇଁବା କାମ
ଉଦାହରଣ :
ସେ ଖାଈ ପାର ହେବାପାଇଁ ଡିଆଁ ମାରିଲା
ସମକକ୍ଷ : କୁଦିବା, ଡିଆଁମାରିବା
ଅର୍ଥ : ଡେଇଁବାର ପ୍ରକ୍ରିୟା
ଉଦାହରଣ :
ଆଜି ମୋ ଡାହାଣ ଆଖି ଡେଇଁବା ଯୋଗୁଁ ମୋତେ ଭାରି ଖରାପ ଲାଗୁଛି
ଅର୍ଥ : ଜୋରରେ ଉପରକୁ ଉଠିବା
ଉଦାହରଣ :
ଗାଡ଼ିଆରେ ମାଛଗୁଡ଼ିକ ଡେଉଁଛନ୍ତି ସେ ଡେଇଁପଡ଼ି ଓ ଗଛର ଡାଳ ଧରି ଝୁଲି ପଡ଼ିଲା
ସମକକ୍ଷ : ଡିଆଁ ମାରିବା
ଅର୍ଥ : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
ଉଦାହରଣ :
ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
ସମକକ୍ଷ : କୁଦା ମାରିବା, କୁଦିବା, ଲମ୍ଫ ଦେବା
ଅର୍ଥ : କୌଣସି ସ୍ଥାନର ଉପରି ଭାଗରୁ ଜୋରରେ ଡେଇଁ ଶରୀରକୁ ଅନ୍ୟ ଆଡ଼କୁ ପକାଇବା
ଉଦାହରଣ :
ଛୁଆମାନେ ବାଲି ଉପରେ ଡେଉଁଛନ୍ତି
ସମକକ୍ଷ : କୁଦିବା, ଲମ୍ଫପ୍ରଦାନ କରିବା
ଅର୍ଥ : କୌଣସି ଅଙ୍ଗରେ ହଠାତ ସ୍ଫୁରଣ ହେବା
ଉଦାହରଣ :
ମୋର ଆଖି ଡେଉଁଛି