ଅର୍ଥ : (ଦୀପ,ବତୀ ଆଦି) ଲିଭାଇବା
ଉଦାହରଣ :
ଶୋଇବା ପୂର୍ବରୁ ଦୀପ ଲିଭାଇଦିଅ
ସମକକ୍ଷ : ନିଭାଇବା, ନିର୍ବାପିତ କରିବା, ଲିଭେଇବା
ଅର୍ଥ : କୌଣସି ପଦାର୍ଥର ଅଂଶ ଜଳୁଥିବା ବେଳେ ତାକୁ ପ୍ରଶମିତ କରିବା
ଉଦାହରଣ :
ସେ ଦୀପକୁ ଲିଭେଇଦେଲେ
ସମକକ୍ଷ : ପ୍ରଶମିତକରିବା, ଲିଭେଇବା
ଅର୍ଥ : ଲେଖାଯାଇଥିବା ରେଖା, ଚିହ୍ନ ଆଦି ଘଷି ସଂପୂର୍ଣ୍ଣ ରୂପେ ସଫା କରିବା
ଉଦାହରଣ :
ଶିକ୍ଷକ କଳାପଟାରେ ଲେଖା ଯାଇଥିବା ଶବ୍ଦକୁ ଡଷ୍ଟରରେ ଲିଭାଉଥିଲେ
ଅର୍ଥ : ବିଦ୍ୟୁତଦ୍ୱାରା ଜଳୁଥିବା ବସ୍ତୁକୁ ବନ୍ଦ କରିବା ବା ଯେପରି କଲେ ତାହା ଜଳିବା ବା ପ୍ରଜ୍ଜ୍ୱଳିତ ହେବା ବନ୍ଦ କରେ
ଉଦାହରଣ :
ସେ ବଟନ୍ ଚିପି ବତୀ ଲିଭାଇଦେଲା
ଅର୍ଥ : (ସ୍ଫୁରଣ) ରୋକିବା ବା କୌଣସି ଉପକରଣ ବା ମଧ୍ୟଭାଗରେ (ଦୋଳନ ବା ପ୍ରବାହ) ରୋକିବା
ଉଦାହରଣ :
ଇଲେକଟ୍ରିସିଆନ୍ ଖରାପ ହୋଇଥିବା ସ୍ୱିଚରୁ ବାହାରୁଥିବା ସ୍ଫୁଲିଙ୍ଗକୁ ଲିଭାଇଲେ
ସମକକ୍ଷ : ନିର୍ବାପିତ କରିବା, ନିଶ୍ଚିହ୍ନ କରିବା, ବନ୍ଦ କରିବା
ଅର୍ଥ : ତାତିଥିବା ବସ୍ତୁକୁ ପାଣିରେ ପକାଇ ଥଣ୍ଡାକରିବା
ଉଦାହରଣ :
ଦୋକାନୀ ଚୁଲାରେ କୋଇଲାକୁ ଲିଭାଉଛି
ସମକକ୍ଷ : ନିର୍ବାପିତ କରାଇବା