ଅର୍ଥ : କୌଣସି ବିଷୟର ସମସ୍ତ ପାଠ ବା ଗୂଢ଼ ତତ୍ତ୍ୱର ଜ୍ଞାନ ପାଇବାପାଇଁ ତାହାକୁ ଦେଖିବା, ବୁଝିବା ବା ପଢ଼ିବାର କ୍ରିୟା
ଉଦାହରଣ :
ସେ ସଂସ୍କୃତ ଅଧ୍ୟୟନ କରିବା ନିମନ୍ତେ କାଶୀ ଯାଇଛି
ସମକକ୍ଷ : ଅଧ୍ୟୟନ, ଜ୍ଞାନାର୍ଜନ, ପଠନ
ଅର୍ଥ : ଶିକ୍ଷା ବା ଜ୍ଞାନ ପ୍ରାପ୍ତ କରିବାପାଇଁ ଗ୍ରନ୍ଥ ଆଦିକୁ ବାରମ୍ବାର ଦେଖିବା
ଉଦାହରଣ :
ପରୀକ୍ଷା ପୂର୍ବରୁ ସେ ସବୁ ବିଷୟକୁ ଭଲ ଭାବରେ ପଢ଼ିଲା
ସମକକ୍ଷ : ଅଧ୍ୟୟନ କରିବା
ଅର୍ଥ : କାହାକୁ ଶୁଣାଇବାପାଇଁ ଏମିତିକି ସ୍ମରଣଶକ୍ତିରୁ ବା ପୁସ୍ତକ ଆଦିରୁ ମନ୍ତ୍ର, କବିତା ଆଦି କହିବା
ଉଦାହରଣ :
ଜାନକୀ ସ୍ୱାମିଜୀଙ୍କ ସାମନାରେ ଆଦି ଶଙ୍କରାଚାର୍ୟଙ୍କ ଭଜଗୋବିନ୍ଦମ୍ ପଢ଼ିଲା
ଅର୍ଥ : ଅଙ୍କିତ, ମୁଦ୍ରିତ ବା ଲିଖିତ ଚିହ୍ନ, ବର୍ଣ୍ଣ ଆଦିକୁ ଦେଖିବା କ୍ଷଣି ମନରେ ତାର ଅଭିପ୍ରାୟ, ଅର୍ଥ ଆଦି ଜାଣିବା ବା ବୁଝିବା
ଉଦାହରଣ :
ଆମେ ଯାତ୍ରା କରିବା ସମୟରେ ପତ୍ର ପତ୍ରିକା ପଢ଼ୁ
ଅର୍ଥ : ଲେଖାହୋଇଥିବା ଶବ୍ଦକୁ ଉଚ୍ଚାରଣ କରିବା
ଉଦାହରଣ :
ମୋହିତ ନିଜ ବାପାଙ୍କ ଚିଠି ପଢ଼ୁଅଛି
ସମକକ୍ଷ : ଉଚ୍ଚାରଣ କରିବା