ଅର୍ଥ : ଆଘାତ କରିବା ଲାଗି କାହା ଉପରକୁ ଉହୁଙ୍କି ଆସିବାର କ୍ରିୟା
ଉଦାହରଣ :
ସିଂହର ଆକ୍ରମଣରେ ଆହତ ବ୍ୟକ୍ତିକୁ ଡାକ୍ତରଖାନାରେ ପହଞ୍ଚାଇ ଦିଆଗଲା
ଅର୍ଥ : କାହାରି ଆଚରଣ,କାର୍ଯ୍ୟ, ବିଚାର ବା ସିଦ୍ଧାନ୍ତ ଉପରେ କରାଯାଉଥିବା ନିନ୍ଦାତ୍ମକ ଆକ୍ଷେପ
ଉଦାହରଣ :
ଆଜିର ସଭାରେ ହୋଇଥିବା ଆକ୍ରମଣକୁ ସାମନା କରିବାରେ ସେ ଅସଫଳ ହେଲେ
ସମକକ୍ଷ : ହମଲା
ଅର୍ଥ : ଅସ୍ତ୍ରଶସ୍ତ୍ରରେ କାହା ଉପରେ କରାଯାଉଥିବା ଆକ୍ରମଣ
ଉଦାହରଣ :
ଗାଁଲୋକେ ଆତଙ୍କବାଦୀଙ୍କ ଆକ୍ରମଣକୁ କେତେଦିନ ସହିବେ
ସମକକ୍ଷ : ହମଲା
ଅର୍ଥ : ଆକ୍ରମଣ କରିବା ବା କାହା ବିରୁଦ୍ଧରେ କିଛି କାର୍ଯାନୁଷ୍ଠାନପାଇଁ ସୁଯୋଗ ଅପେକ୍ଷାରେ ରହିବା
ଉଦାହରଣ :
ସୀମା ଉପରେ ଶତ୍ରୁ ଆକ୍ରମଣ କରିବାପାଇଁ ଅପେକ୍ଷା କରିଛି