ଅର୍ଥ : ଜମି ଉପରେ ପଡ଼ିଥିବା ଧୂଳି ଏବଂ ଭଙ୍ଗାରୁଜା ଜିନିଷକୁ ଝାଡ଼ୁଆଦିରେ ସଫାକରି ବାହାର କରାଯାଏ
ଉଦାହରଣ :
ଆବର୍ଜନା ବସ୍ତୁକୁ ଡଷ୍ଟବିନ୍ରେ ହିଁ ପକାଇବା ଉଚିତ
ସମକକ୍ଷ : ଆବର୍ଜନା ବସ୍ତୁ
ଅର୍ଥ : ଶରୀରରୁ ନିର୍ଗତ ହେଉଥିବା ମଇଳା
ଉଦାହରଣ :
ମନୁସ୍ମୃତି ଅନୁସାରେ ଶରୀରରେ ବାର ପ୍ରକାରର ମଳ ଥାଏ ଯେପରି ବସା, ଶୁକ୍ର, ରକ୍ତ, ମଜ୍ଜା, ମୂତ୍ର, ବିଷ୍ଠା, କାନର ମଇଳା, ନଖ, କଫ, ଅଶ୍ରୁ, ଝାଳ ଓ ଶରୀର ଉପରେ ଜମା ହୋଇଥିବା ମଇଳା
ଅର୍ଥ : ଯେଉଁ ପଦାର୍ଥକୁ ଅନୁପଯୁକ୍ତ ଭାବି ଫୋପାଡ଼ି ଦିଆଯାଏ
ଉଦାହରଣ :
କାରଖାନାର ବର୍ଜ୍ୟବସ୍ତୁ ନଦୀ ଜଳକୁ ପ୍ରଦୂଷିତ କରିଥାଏ
ସମକକ୍ଷ : ଆବର୍ଜନା, ବର୍ଜ୍ୟବସ୍ତୁ
ଅର୍ଥ : କୌଣସି ଜିନିଷରୁ ବାହାରୁଥିବା ଅଂଶ ବା ତା ଉପରେ ଜମା ହୋଇଥିବା ମଇଳା କିମ୍ବା ଧୂଳି
ଉଦାହରଣ :
ଲୁଗାରୁ ମଇଳା ବାହାର କରିବାପାଇଁ ସେଗୁଡ଼ିକୁ ସାବୁନ, ସର୍ଫଆଦିରେ ଧୋଇବା ଉଚିତ
ସମକକ୍ଷ : ଅସନା