ଅର୍ଥ : ଏକ ବିଶେଷ ସମୟରେ କୌଣସି ବ୍ୟକ୍ତିର ଅନୁଭବ
ଉଦାହରଣ :
ବିଗତ ସମୟକୁ ଆଧାର କରି ମୁଁ କହିପାରେ ଯେ ଦୁନିଆଁ ସ୍ୱାର୍ଥପର
ସମକକ୍ଷ : କାଳ
ଅର୍ଥ : କାହାରି ନିୟନ୍ତ୍ରଣରେ ଥିବା ସାଧନ ବୋଲି ବୁଝାଯାଉଥିବା ସମୟସୀମା
ଉଦାହରଣ :
ମୋ ପାଖରେ ଖାଦ୍ୟ ଖାଇବାପାଇଁ ସମୟ ନାହିଁମୋର ଅଧିକାଂଶ ସମୟ ଆପଣଙ୍କ ଏହି କାମରେ ଚାଲିଗଲା
ସମକକ୍ଷ : ବେଳ
ଅର୍ଥ : ଯେଉଁ ସମୟସୀମା ମଧ୍ୟରେ କିଛି ବିଶେଷ ଘଟଣା ଘଟିଥାଏ
ଉଦାହରଣ :
କଲେଜ ଦିନଗୁଡ଼ିକରେ ଆମେ ବହୁତ ମଜା କରୁଥିଲୁ
ସମକକ୍ଷ : ଦିନ
ଅର୍ଥ : ଯେଉଁ ସମୟ ମଧ୍ୟରେ କୌଣସି ବ୍ୟକ୍ତିର ଜୀବନକାଳ ଅନ୍ତର୍ଭୁକ୍ତ
ଉଦାହରଣ :
ରାଜାଙ୍କ ଅନ୍ତିମ ସମୟ ବହୁତ କଷ୍ଟପ୍ରଦ ଥିଲା
ଅର୍ଥ : ଇତିହାସରେ କମ ବା ଅଧିକ ନିର୍ଦ୍ଦିଷ୍ଟ ସମୟସୀମା
ଉଦାହରଣ :
ଆକବରଙ୍କ ସମୟରେ ପ୍ରଜାମାନେ ସୁଖୀ ଥିଲେ
ସମକକ୍ଷ : କାଳ
ଅର୍ଥ : କାହାରିକୁ ବିଶେଷ ଅବସ୍ଥାରେ କୌଣସି କାର୍ଯ୍ୟ କରିବା ବା ଆପଣା ଦାୟିତ୍ୱ ପୁରା କରିବା ନିମନ୍ତେ ମିଳୁଥିବା ସମୟ
ଉଦାହରଣ :
ଋଣ ଦାଖଲ କରିବା ନିମନ୍ତେ ଆପଣଙ୍କୁ ଚାରି ଦିନର ମହଲତ ଦିଆଯାଉଛି
ସମକକ୍ଷ : ମହଲତ
ଅର୍ଥ : ପ୍ରାପ୍ତି ଆଦିର ଉପଯୁକ୍ତ ସମୟ(ବିଶେଷତଃ ବୃକ୍ଷଗୁଡ଼ିକର ଫଳ ଆଦି ବିଚାରରେ)
ଉଦାହରଣ :
ଏବେ କେଉଁଠି ଆମ୍ବ ଋତୁ ଆସିଲାଣି?
ସମକକ୍ଷ : ଋତୁ