ଅର୍ଥ : କୌଣସି ବିଶିଷ୍ଟ ବା ନିଶ୍ଚିତ ଅବସ୍ଥା ବା ସ୍ଥିତିରେ ରହିବା
ଉଦାହରଣ :
ମୁଁ ଅସୁବିଧାରେ ଅଛି ଆପଣ ଭଲରେ ଅଛନ୍ତି
ସମକକ୍ଷ : ହେବା
ଅର୍ଥ : କାହାରି ଘରେ ଦୀର୍ଘସମୟ ଧରି ରହିବା
ଉଦାହରଣ :
ସେ ଏଠାରେ କେତେମାସହେଲା ରହୁଛି
ସମକକ୍ଷ : ଅବସ୍ଥାନକରିବା, ବାସକରିବା
ଅର୍ଥ : କୌଣସି ବିଶେଷ ଅବସ୍ଥାରେ ରହିବା ବା ବିଶେଷ ଅବସ୍ଥାର ହେବା
ଉଦାହରଣ :
ଏଠାରେ ପାଗ ଅଧିକାଂଶ ସମୟ ଏକାଭଳି ରହେ ଏଠାରେ ମେ-ଜୁନ ମାସରେ ବହୁତ ଗରମ ହୁଏ
ସମକକ୍ଷ : ହେବା
ଅର୍ଥ : କୌଣସି ସ୍ଥାନରେ ଅବସ୍ଥିତ ହେବା ବା ଏକ ନିଶ୍ଚିତ ସ୍ଥିତିରେ ରହିବା
ଉଦାହରଣ :
ହିମାଳୟ ଭାରତର ଉତ୍ତରରେ
ସମକକ୍ଷ : ଅବସ୍ଥାନ କରିବା, ଅବସ୍ଥିତ ହେବା
ଅର୍ଥ : ଖରାପ ହେବାକୁ ନଦେବା
ଉଦାହରଣ :
ଆଚାର ତେଲରେ ବୁଡ଼େଇକି ରଖିଲେ ଅନେକ ଦିନ ସୁରକ୍ଷିତ ରହେ
ସମକକ୍ଷ : ସୁରକ୍ଷିତ ରଖିବା
ଅର୍ଥ : କୌଣସି ବସ୍ତୁ, ଜାଗା ଆଦିରେ ରଖା ହେବା ବା ରଖିବା ବା ତାହାର ଅନ୍ତର୍ଗତ ହେବା
ଉଦାହରଣ :
ଟାଙ୍କିରେ ପାଣିଅଛିଏହି ବୋତଲରେ ଦୁଧ ଅଛି
ଅର୍ଥ : ଖରାପ ନ ହେବା
ଉଦାହରଣ :
ଫ୍ରିଜରେ ଜିନିଷ ବେଶି ଦିନ ପର୍ଯ୍ୟନ୍ତ ରହେ ପୁରି ଦୁଇ ଦିନ ପର୍ଯ୍ୟନ୍ତ ନିଶ୍ଚୟ ରହିଯିବ
ସମକକ୍ଷ : ରହିଯିବା
ଅର୍ଥ : କାହାରି ସଙ୍ଗେ ବ୍ୟକ୍ତିଗତ ବା ବ୍ୟବସାୟିକ ସମ୍ବନ୍ଧ ରଖିବା
ଉଦାହରଣ :
ଶ୍ୟାମାର ଜଣେ ପ୍ରେମିକ ରହିଛି ତାର ଜଣେ ସହାୟକ ବି ଅଛନ୍ତି
ସମକକ୍ଷ : ଘଟିବା, ଥିବା, ସଂପର୍କ ଥିବା, ହେବା
ଅର୍ଥ : କାହାର ସହାୟତାରେ ରହିବା
ଉଦାହରଣ :
ଏଭଳି ଗ୍ରହଣ କରାଯାଏ କି ଶେଷନାଗର ଫଣା ଉପରେ ପୃଥିବୀ ଅବସ୍ଥିତ
ସମକକ୍ଷ : ଅବସ୍ଥିତ ହେବା
ଅର୍ଥ : ଶୀଘ୍ର ଖରାପ ବା ନଷ୍ଟ ନ ହେବା ବା କାମରେ ଆସିବା
ଉଦାହରଣ :
ଭଲ କମ୍ପାନୀଗୁଡ଼ିକର ଉତ୍ପାଦ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠିରହେ
ସମକକ୍ଷ : ଚାଲିବା, ତିଷ୍ଠି ରହିବା
ଅର୍ଥ : ହିସାବ କଲା ପରେ କିଛି ଧନ କାହା ପାଖରେ ରହିବା
ଉଦାହରଣ :
ଆପଣଙ୍କ ଉପରେ ମୋର ପାଞ୍ଚଟଙ୍କା ରହିଛି
ଅର୍ଥ : (ଜୀବନଯାପନ କରିବାପାଇଁ) ନିବାସ କରିବା
ଉଦାହରଣ :
ଏଇ ଶ୍ରମିକମାନେ ନିକଟସ୍ଥ କୁଡ଼ିଆରେ ରହୁଛନ୍ତି
ସମକକ୍ଷ : ବସବାସକରିବା, ବାସକରିବା