ଅର୍ଥ : ମାଛ ଶରୀର ଭିତରେ ମିଳୁଥିବା କଣ୍ଟା ଭଳି ଅସ୍ଥି
ଉଦାହରଣ :
ମାଛ ଖାଇବା ସମୟରେ ରାମୁର ତଣ୍ଟିରେ କଣ୍ଟା ଲାଗିଗଲା
ସମକକ୍ଷ : ମାଛ କଣ୍ଟା
ଅର୍ଥ : ମାଛ ଧରିବାପାଇଁ ବ୍ୟବହୃତ ଲୁହାକଣ୍ଟା
ଉଦାହରଣ :
ମାଛ ଧରିବାପାଇଁ ମୋହନ କଣ୍ଟାରେ ଥୋପ ଲଗାଇଲା
ସମକକ୍ଷ : ବନ୍ସୀ କଣ୍ଟା, ବଡ଼ଶୀ
ଅର୍ଥ : ଲୁହାରେ ତିଆରି ବଙ୍କା ବା ସିଧା କୀଳା
ଉଦାହରଣ :
ସେ କାଠ ଖେଳନା ତିଆରିରେ କଣ୍ଟା ବ୍ୟବହାର କରେ
ଅର୍ଥ : କୌଣସି ଉପକରଣ ଆଦିରେ ଯେଉଁ ତାର ବା କଣ୍ଟା ଯାହା କୌଣସି ବିଶେଷ ପରିମାଣ, ଅଙ୍କ, ଦିଗ ଆଦିକୁ ସୂଚାଏ
ଉଦାହରଣ :
ଏହି ଘଡ଼ିର ଘଣ୍ଟା କଣ୍ଟାଟି ଅଟକି ଯାଇଛି
ସମକକ୍ଷ : ସୂଚୀ
ଅର୍ଥ : ନଟୁର ତଳେ ଲାଗିଥିବା କଣ୍ଟା
ଉଦାହରଣ :
ଏହି ନଟୁର କଣ୍ଟା ଭାରି ଛୋଟ
ଅର୍ଥ : ଗଛର ଡାଳ, ଗଣ୍ଡି, ପତ୍ରଆଦିରୁ ବାହାରିଥିବା ଅଂଶ ଯାହା ଛୁଞ୍ଚି ପରି ହୋଇଥାଏ
ଉଦାହରଣ :
ଜଙ୍ଗଲରେ ଯାଉଥିବାବେଳେ ତା ପାଦରେ କଣ୍ଟା ପଶିଗଲା
ସମକକ୍ଷ : କଣ୍ଟକ
ଅର୍ଥ : ତ୍ରିଶୂଳ ଭଳି ଏକ ଉପକରଣ ଯେଉଁଥିରେ ଲୋକେ ଖାଆନ୍ତି
ଉଦାହରଣ :
କଣ୍ଟା, ଛୁରୀରେ ଖାଦ୍ୟ ଖାଇବା ସମସ୍ତଙ୍କୁ ଆସେନାହିଁ
ଅର୍ଥ : କୌଣସି ମାପକ ଉପକରଣରେ ଲଗାଯାଇଥିବା ଲମ୍ବା, ପତଳା, ତୀକ୍ଷ୍ଣ ଭାଗ ଯାହା କୌଣସି ମାପର ଫଳକୁ ଦେଖାଏ
ଉଦାହରଣ :
କମ୍ପାସର କଣ୍ଟା ଉତ୍ତର-ଦକ୍ଷିଣ ଦେଖାଏ
ଅର୍ଥ : ଛୁଞ୍ଚି ବା କୀଳାପରି କୌଣସି ମୁନିଆ ଜିନିଷ
ଉଦାହରଣ :
ରାମ ଚାରିକାନ୍ଥରେ କଣ୍ଟା ପିଟିଲା